କନକ ବ୍ୟୁରୋ: ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ୪୬ ତମ ଏଜିଏମକୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ଭାରତ ବିଶ୍ୱର ନେତୃତ୍ୱ ନେବାର କ୍ଷମତା ରଖିଛି । ନା ଭାରତ କେବେ ଅଟକିଛି ନା କେବେ ହାରିଛି । ମୁକେଶ ଗ୍ରୁପର ବୋର୍ଡରେ ବଡ ପରିବର୍ତ୍ତନର ଘୋଷଣା କରିଛନ୍ତି । ବୋର୍ଡ ଅଫ୍ ଡାଇରେକ୍ଟର୍ସ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କୁ ବୋର୍ଡର ନନ୍ ଏକଜ୍ୟୁକେଟିଭ ଡାଇରେକ୍ଟର ଭାବେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି । ସେହିଭଳି ନୀତା ଅମ୍ବାନୀ ବୋର୍ଡରୁ ଇସ୍ତଫା ଦେଇଛନ୍ତି ।

Advertisment

ଏହି ଅବସରରେ ସେ ଘୋଷଣା କରିଛନ୍ତି ଯେ ଅକ୍ଟୋବର ଶେଷ ୫ଜି ସେବାକୁ ସାରା ଦେଶରେ ଲାଗୁକରାଯିବ । ଡିସେମ୍ବର ୨୦୨୩ ସୁଦ୍ଧା ଏହା ସାରା ଦେଶରେ କାର୍ଯ୍ୟକାରୀ ହେବ । ବର୍ତ୍ତମାନ ୮୫ ପ୍ରତିଶତ ୫ଜି ସେବା ଜିଓ ପାଖରେ ଉପଲବ୍ଧ ରହିଛି । ଏହା ସବୁଠାରୁ ବଡ ଉପଲବ୍ଧି ।