ଭାରତ ଛାଡି ଲଣ୍ଡନ ସିଫ୍ଟ ହେବେନି ଦେଶର ନମ୍ବର ୱାନ୍ ଧନୀ ମୁକେଶ ଅମ୍ବାନୀ । ରିଲାଏନ୍ସ କମ୍ପାନୀ ତରଫକୁ କୁହାଗଲା ଏପରି କଥା…

151

କନକ ବ୍ୟୁରୋ: ଦେଶ ଛାଡିବେନି ମୁକେଶ ଅମ୍ବାନୀ । ଦେଶର ନମ୍ବର ୱାନ୍ ଧନୀ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଦେଶ ଛାଡି ଲଣ୍ଡନରେ ରହିବା ନେଇ ଯେଉଁ ଖବର ପ୍ରକାଶ ପାଇଥିଲା ତାକୁ ରିଲାଏନ୍ସ ପକ୍ଷରୁ ଖାରଜ କରାଯାଇଛି । କମ୍ପାନୀ ତରଫରୁ କୁହାଯାଇଛି ଯେ, ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଲଣ୍ଡନର ଷ୍ଟୋକ୍ ପାର୍କକୁ ସିଫ୍ଟ ହେବା ନେଇ କୌଣସି ପ୍ଲାନ୍ କରିନାହାଁନ୍ତି । ଏଥିସହିତ ସେ ଭାରତ ଛାଡି ଅନ୍ୟ ସ୍ଥାନକୁ ସିଫ୍ଟ ହେବା ଖବରରେ କୌଣସି ସତ୍ୟତା ନାହିଁ ବୋଲି କମ୍ପାନୀ ପକ୍ଷରୁ ସଫେଇ ରଖାଯାଇଛି ।

ସୂଚନାଯୋଗ୍ୟ ଯେ, ମିଡ୍ ଡେ ନାମକ ଏକ ଖବରକାଗଜରେ ପ୍ରଥମେ ଏନେଇ ଖବର ପ୍ରକାଶ ପାଇଥିଲା । ଯେଉଁଥିରେ ଦେଶର ନମ୍ବର ୱାନ୍ ଧନୀ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଲଣ୍ଡନକୁ ସିଫ୍ଟ ହେବାକୁ ପ୍ଲାନ୍ କରୁଥିବା ଉଲ୍ଲେଖ କରାଯାଇଥିଲା । ରିପୋର୍ଟରେ କୁହାଯାଇଥିଲା, ଅମ୍ବାନୀ ଓ ତାଙ୍କ ପରିବାର ଲଣ୍ଡନର ଷ୍ଟୋକ୍ ପାର୍କକୁ ଚାଲିଯିବେ, ସେଠାରେ ବଙ୍କିହମସାୟାରରେ ତାଙ୍କର ୩ ଏକର ସମ୍ପତ୍ତି ଅଛି ବୋଲି କୁହାଯାଇଥିଲା ।

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ତରଫରୁ ଏହି ଘଟଣାରେ କୁହାଯାଇଛି ଯେ, ଏହି ପାର୍କକୁ କମ୍ପାନୀ ତରଫରୁ କିଣାଯାଇଛି । ଏହାକୁ ଏକ ଗଲ୍ଫିଙ୍ଗ୍ ଓ ସ୍ପୋର୍ଟ ରିସର୍ଟ ଭଳି ବିକଶିତ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି । ତେବେ ଏହା କେବଳ କମ୍ପାନୀର ବିଜନେସ ବୃଦ୍ଧି କରିବାକୁ ସାହାଯ୍ୟ କରିବ ଓ ଭାରତର ହୋଟେଲ ଉଦ୍ୟୋଗକୁ ସାରା ବିଶ୍ୱରେ ପରିଚିତ କରିବ । ସେଠାକୁ ଅମ୍ପାନୀଙ୍କ ପରିବାର ଯିବା ନେଇ କୌଣସି ପ୍ଲାନ୍ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ମୁକେଶ ଅମ୍ବାନୀ ଲଣ୍ଡନ ସ୍ଥିତ ଏହି ଷ୍ଟୋକ୍ ପାର୍କକୁ ଚଳିତ ବର୍ଷ ୫୯୨ କୋଟି ଟଙ୍କା ଦେଇ କିଣିଛନ୍ତି । ଏହି ସୁନ୍ଦର ଓ ବିଶାଳକାୟ ଘରେ ମୋଟ ୪୯ଟି ବେଡରୁମ୍ ଥିବାବେଳେ ଅନେକ ବିଳାସମୟ ଘର ରହିଛି । ଏହା ଭିତରେ ମେଡିକାଲ ସୁବିଧା ରହିଥିବା ବେଳେ, ଅନେକ ହଲିଉଡ୍ ଫିଲ୍ମର ମଧ୍ୟ ସୁଟିଂ ଏଠାରେ ହୋଇସାରିଛି ।