କନକ ବ୍ୟୁରୋ : ମୁକେଶ ଅମ୍ବାନୀଙ୍କ ଜିଓ ଗ୍ୟାରେଜରେ ଏବେ ସବୁଠାରୁ ଦାମି କାରର ଏଣ୍ଟ୍ରି ହୋଇଛି । କିଛିଦିନ ପୂର୍ବରୁ ଏହି ଗ୍ୟାରେଜରେ ଏଣ୍ଟ୍ରି ହୋଇଥିବା Rolls Royce Cullinan  ପରେ ଏବେ ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ Rolls Royce Cullinan Petrol Model ର କଷ୍ଟମାଇଜ ମଡେଲ ମଗାଇଛନ୍ତି । ଅମ୍ବାନୀଙ୍କ ଗ୍ୟାରେଜରେ ଏହି କାର ଏଣ୍ଟ୍ରି ହେବା ପରେ ଏବେ ଏହାକୁ ଦେଶର ସବୁଠାରୁ ଦାମି କାରଭାବେ ଗଣନା କରାଯାଉଛି ।

Advertisment

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ମୁକେଶ ଅମ୍ବାନୀ ଲଗଜରୀ ହେଚବ୍ୟାକ ରୋଲସ ରଇସି କୁଲିନାନ କୁ ନିଜ ଗ୍ୟାରେଜରେ ସାମିଲ କରିଛନ୍ତି । କିଛିଦିନ ପୂର୍ବରୁ ଅମ୍ବାନୀଙ୍କ ଗ୍ୟାରେଜରେ କାଡିଲାଜ ଏସ୍କାଲେଡ ପ୍ରବେଶ କରିଥିଲା । ଏହି କାରର ବ୍ୟବହାର ଆମେରିକାର ରାଷ୍ଟ୍ରପତି କରିଥାନ୍ତି । ଏବେ ଏହିକାରର ପେଟ୍ରୋଲ ମଡେଲ ଆସିଛି ଓ ତାହାର ଦାମ ୧୩.୧୪ କୋଟି ଟଙ୍କା ରହିଛି । ଆରଟିଓ ଅଧିକାରୀଙ୍କ ସୂଚନା ମୁତାବକ ଏହା ଦେଶର ସବୁଠାରୁ ଦାମି କାର ।

ଆରଟିଓ ଅଧିକାରୀଙ୍କ ସୂଚନା ମୁତାବକ ଜାନୁଆରୀ ୩୧ ତାରିଖରେ ଦକ୍ଷିଣ ମୁମ୍ବାଇର ନାରଦେବ ରିଜିଓନାଲ ଟ୍ରାନ୍ସପୋର୍ଟ ଅଫିସରେ ଏହାର ପଞ୍ଜିକରଣ ହୋଇଛି । ଏହି କାର ଭାରତରେ ୨୦୧୮ ମସିହାରେ ଲଂଚ ହୋଇଥିଲା । ସେତେବେଳେ ଏହାର ସର୍ବାଧିକ ମୂଲ୍ୟ ୬.୯୫ କୋଟି ଟଙ୍କା ଥିଲା । ସୂଚନା ମୂୁତାବକ ଏହି କାରରେ କଷ୍ଟମାଇଜଡ ମୋଡିଫିକେଶନ ଅପ୍ସନ ରହିଛ ିା ଏହାସହ ମୁକେଶ ଅମ୍ବାନୀ ଏହି କାରରେ କିଛି ଅଧିକ ମୋଡିଫିକେଶନ କରାଇଥିବା କଥା କୁହାଯାଉଛି ।

ସବୁଠାରୁ ବଡକଥା କି ଏହି କାର ପଞ୍ଜିକରଣ  ୨୦୩୭ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ କରାଯାଇଛି । ଏନେଇ ରିଲିଆନ୍ସ ପକ୍ଷରୁ ୨୦ ଲକ୍ଷ ଟଙ୍କା ଡିପୋଜିଟ କରାଯାଇଛି । ଏହା ବ୍ୟତୀତ ରୋଡ ସେଫ୍ଟି ଟ୍ୟାକ୍ସ ବାବଦରେ ଅଲଗା ୪୦ ହଜାର ଟଙ୍କା ଜମା ହୋଇଛି ।

ସୂଚନା ଥାଉକି ମୁକେଶ ଅମ୍ବାନୀଙ୍କ ପାଖରେ ଆଗରୁ ବି ବହୁତ ଦାମି କାର ରହିଛି । ଏହି କାର ପାର୍କିଂ କରିବାକୁ ତାଙ୍କ କୋଠାର ଛାତ ଉପରେ ଏକ ଗ୍ୟାରେଜ ବ୍ୟବସ୍ଥା କରାଯାଇଛି । ଏହି ଗ୍ୟାରେଜରେ ଭାରତର ସବୁଠାରୁ ଦାମି କାରମାନ ଥିବା ଦେଖିବାକୁ ମିଳିଛି  ।