କନକ ବ୍ୟୁରୋ : ଦେଶର ସବୁଠାରୁ ଧନୀ ବ୍ୟବସାୟୀ କୁହାଯାଉଥିବା ମୁକେଶ ଅମ୍ବାନୀ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଅତି ନିକଟତର କୁହାଯାଉଥିବା ମନୋଜ ମୋଦୀଙ୍କୁ ଅମ୍ବାନୀ ଏକ ୨୨ ମହଲା କୋଠା ଦାନ କରିଦେଇଛନ୍ତି । ଏହି କୋଠାଟି ମୁମ୍ବାଇର ସବୁଠାରୁ ମହଙ୍ଗା ଅଞ୍ଚଳ କୁହାଯାଉଥିବା ନେପେସୀ ଅଞ୍ଚଳରେ ଅବସ୍ଥିତ । ଏହି କୋଠାର ଆନୁମାନିକ ମୂଲ୍ୟ ୧୫୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।
ରିଲାୟନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଚେୟାରମ୍ୟାନ ମୁକେଶ ଅମ୍ବାନୀ ମନୋଜ ମୋଦୀଙ୍କୁ ଦାନ କରିଥିବା ଏହି ୨୨ ମହଲା କୋଠାର ନାମ କ୍ରିଷ୍ଟେନେଟ ବୃନ୍ଦାବନ ରହିଛି । ଆଇପିଏଲ ପ୍ରତି ମନୋଜ ମୋଦୀଙ୍କ ସମର୍ପଣ ଓ କଠିନ ପରିଶ୍ରମର ଫଳ ସ୍ୱରୂପ ଆମ୍ବାନୀ ତାଙ୍କୁ ଏହି କୋଠାଟି ଦାନ କରିଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି କୋଠାର ନିର୍ମାଣ ପାଇଁ ମୁକେଶ ଅମ୍ବାନୀଙ୍କୁ ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ମୁମ୍ବାଇରେ ଥିବା ବିଭିନ୍ନ ମହଲ ମଧ୍ୟରୁ ବୃନ୍ଦାବନକୁ ସବୁଠାରୁ ଦାମି କୋଠା ଭାବେ ପରିଗଣିତ କରାଯାଉଛି । ଏହି କୋଠାର ପ୍ରତି ମହଲା ୮୦୦୦ ବର୍ଗଫୁଟ ବିଶିଷ୍ଠ । ପୁରା ମହଲକୁ ହିସାବ କରାଗଲେ ଏହା ମୋଟ ୧.୭ ଲକ୍ଷ ବର୍ଗଫୁଟ ଅଞ୍ଚଳ ।
ସବୁଠାରୁ ବଡକଥା ହେଉଛି କି ଏହି କୋଠାର ପ୍ରଥମ ୭ ଟି ମହଲା ପାର୍କିଂ ପାଇଁ ଉଦ୍ଧିଷ୍ଟ । ଏହାସହ ଏହା ମଧ୍ୟରେ ବିଭିନ୍ନ ପ୍ରକାର ଇନଡୋର ଗେମର ସୁବିଧା ରହିଛି । ଏହି ମହଲରେ ମୋଦୀ ପରିବାରର ସୁରକ୍ଷା ପାଇଁ ୧୭୫ ଜଣଙ୍କୁ ନିୟୋଜିତ କରାଯାଇଛି । ଏହି କୋଠାର ସୁରକ୍ଷା ପାଇଁ ଇଜ୍ରାଇଲ ସ୍ଥିତ ଏକ କମ୍ପାନୀ ଦ୍ୱାରା ଡିଜାଇନ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/25-10.jpg)