କନକ ବ୍ୟୁରୋ: ଜୁନ୍ ୨୦ରେ ସାଉଥ୍ ସୁପରଷ୍ଟାର ରାମଚରଣଙ୍କ ଘରକୁ କୁନି ଅତିଥି ଆସିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ରାମଚରଣ ଓ ଉପାସନାଙ୍କ କୋଳକୁ ଆସିଛି ଝିଅ । ଜୁନ୍ ୩୦ରେ ଆୟୋଜିତ ହୋଇଥିଲା ଝିଅର ନାମକରଣ ଉତ୍ସବ । ଏଥିରେ ବହୁ ମାନ୍ୟଗଣ୍ୟ ବକ୍ତି ଉପସ୍ଥିତ ରହି ଝିଅକୁ ଆଶୀର୍ବାଦ ଦେଇଥିଲେ ।

Advertisment

ଅତିଥି ମାନଙ୍କ ମଧ୍ୟରେ ଥିଲେ ମୁକଶେ ଅମ୍ବାନୀଙ୍କ ପରିବାର । ଏବେ ଅମ୍ବାନୀ ପରିବାର ରାମଚରଣଙ୍କ ଝିଅକୁ ଦେଇଥିବା ଉପହାରକୁ ନେଇ ଚର୍ଚ୍ଚା । କାରଣ ଅମ୍ବାନୀ ପରିବାର ରାମଚରଣଙ୍କ ଝିଅକୁ ଦେଇଛନ୍ତି ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନାର ଝୁଲଣା ।