ଅମ୍ବାନୀ କରିବେ କନ୍ୟାଦାନ ! ଝିଅ ଏବଂ ଭାବିଜ୍ୟୋଇଁଙ୍କ ସୁଖଦ ଭବିଷ୍ୟତ ପାଇଁ ପରିବାର ପହଞ୍ଚିଲା ମନ୍ଦିର ।
ମୁକେଶ ଅମ୍ବାନୀଙ୍କ ଘରେ ଯେମିତି ଏବେ ବିବାହର ଋତୁ ଚାଲିଛି । ପ୍ରଥମେ ପୁଅ ଏବେ ଝିଅ । ନିକଟରେ ଭାଇ ଆକାଶଙ୍କ ନିର୍ବନ୍ଧ ଶେଷ ହୋଇଥିବା ବେଳେ ଏବେ ପାଳି ଇଷା ଅମ୍ବାନୀଙ୍କର । ଇଷାଙ୍କ ଭାବିସ୍ୱାମୀ ହେଉଛନ୍ତି ତାଙ୍କ ଜଣେ ବନ୍ଧୁ । ଯାହାଙ୍କ ନାଁ ଆନନ୍ଦ ପୀରାମଲ । କିଛିଦିନ ତଳେ ସେ ଇଷାଙ୍କୁ ମହାବଳେଶ୍ୱର ମନ୍ଦିରରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଇଷା ମଧ୍ୟ ଗ୍ରହଣ କରିଥିଲେ । ଏହାପରେ ଉଭୟ ପରିବାରଙ୍କ ଠାରୁ ଦୁହିଁଙ୍କ ବିବାହ ପାଇ ସବୁଜ ସଂକେତ ମିଳିଥିଲା । ରବିବାର ଉଭୟ ଇଷା ଏବଂ ଆନନ୍ଦଙ୍କ ସହ ତାଙ୍କର ପୁରା ପରିବାର ମୁମ୍ବାଇର ଈଷ୍କନ ମନ୍ଦିରରେ ପ୍ରେମୀଯୁଗଳଙ୍କ ସୁଖଦ ଭବିଷ୍ୟତ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ମନ୍ଦିରରେ ମୁକେଶ ଅମ୍ବାନୀ,ନୀତା ଅମ୍ବାନୀ,ଇଷା ଅମ୍ବାନୀ,ଅନନ୍ତ ଅମ୍ବାନୀ ଏବଂ ଆନନ୍ଦ ପୀରାମଲ ଆଦି ନଜର ଆସିଥିଲେ । ଦୁହିଁଙ୍କ ବିବାହ ଚଳିତ ବର୍ଷ ଡିସେମ୍ବର ମାସରେ ଆୟୋଜିତ ହେବ ବୋଲି ଖବର ଶୁଣିବାକୁ ମିଳୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆନନ୍ଦଙ୍କୁ ବ୍ୟବସାୟୀ ହୋଇଥିବାବେଳେ ମୁକେଶଙ୍କ ପ୍ରେରଣାରେ ସେ ଖୁବ୍ ଅନୁପ୍ରାଣିତ ଥିବା କହନ୍ତି । ସେ ବ୍ୟବସାୟର ପ୍ରତ୍ୟେକଟି ସ୍ତରରେ ମୁକେଶଙ୍କୁ ପଚାରି ଆଗକୁ ବଢିଥିବା କଥା କହିଛନ୍ତି ଏବଂ ମୁକେଶ ନିଜ ଭାବିଜ୍ୟୋଇଁଙ୍କ ସଫଳତାରେ ମଧ୍ୟ ସାଥ୍ ଦେବାକୁ ତାଙ୍କୁ କହିଛନ୍ତି ।