କନକ ବ୍ୟୁରୋ: କେନ୍ଦ୍ର ମନ୍ତ୍ରାଳୟ ୨୦୨୪ରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କୁ ମୁଦ୍ରା ଲୋନ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ । ମୁଦ୍ରା ଲୋନକୁ ୨୦ ଲକ୍ଷ ଟଙ୍କା କରିବାକୁ କୁହାଯାଇଥିଲା, ଯାହା ପୂର୍ବରୁ ୧୦ ଲକ୍ଷ ଟଙ୍କା ଥିଲ । ତେବେ ଚଳିତ ବଜେଟ ଭାଷଣରେ ମୁଦ୍ରା ଲୋନକୁ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିର୍ମଳା ସିତାରମଣ କହିଛନ୍ତି ।
ନିର୍ମଳା ତାଙ୍କ ଭାଷଣରେ କହିଛନ୍ତି, ଯେଉଁମାନେ ପୂର୍ବରୁ ମୁଦ୍ରା ଲୋନ ନେଇ ତାକୁ ପରିଶୋଧ କରିଛନ୍ତି ସେମାନଙ୍କ ପାଇଁ ମୁଦ୍ରା ଲୋନ ବୃଦ୍ଧି କରାଯାଇ ୨୦ ଲକ୍ଷ ଟଙ୍କା କରାଯାଇଛି । ମୁଦ୍ରା ଲୋନ ଏକ ସରକାରୀ ଯୋଜନା । ଯେଉଁ ମାଧ୍ୟମରେ ଉଦ୍ଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କରାଯାଇଥାଏ । ଏହା ଅଧୀନରେ ୩ଟି ଶ୍ରେଣୀ ରହିଛି । ଶିଶୁ( ୫୦ ହଜାର ଟଙ୍କା), କିଶୋର(୫୦ ହଜାରରୁ ୫ ଲକ୍ଷ ଟଙ୍କା), ତରୁଣ(୫ରୁ ୧୦ ଲକ୍ଷ ଟଙ୍କା) ।
ଦେଶର ଯୁବକମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆରମ୍ଭ କରିଥିଲେ । ଛୋଟ ଉଦ୍ୟୋଗ ଚଲାଇବା ପାଇଁ ଓ ଏହାର ବିସ୍ତାର କରିବା ପାଇଁ ଏହି ଯୋଜନା ମାଧ୍ୟମରେ ୧୦ ଲକ୍ଷ ଟଙ୍କା ଦିଆଯାଉଥିଲା, ଯାହା ଏବେ ୨୦ ଲକ୍ଷରେ ପହଞ୍ଚିଛି । ଏହି ଲୋନ ଶସ୍ତା ଋଣରେ ମିଳିଥାଏ । ଯଦି ଆପଣ ସମୟରେ ଋଣ ପରିଶୋଧ କରିଥାନ୍ତି ଦେବେ ଆପଣଙ୍କୁ ଇନଣ୍ଟରେଷ୍ଟ ଛାଡ କରିଦିଆଯିବ ।