କନକ ନ୍ୟୁଜରେ ଗଜପତିଙ୍କ ମୁଦିରସ୍ତ: କ୍ୟାମେରା ଆଗରେ ବଖାଣିଲେ ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସେବା କରିବାର ଅନୁଭୂତି; ଦିବ୍ୟସିଂହଦେବଙ୍କ ଅନୁପସ୍ଥିତିରେ କରିଥିଲେ ଛେରାପହଁରା

1,321

କନକ ବ୍ୟୁରୋ: ଶ୍ରୀମନ୍ଦିର  ପରମ୍ପରାରେ  ମୁଦିରସ୍ତ ସେବା ଅନନ୍ୟ ।  ଏହି ସେବା ବଂଶାନୁକ୍ରମିକ ସେବା ।  ନାବାଳକ ବୟସରେ ଏହି ସେବା କରିଥାନ୍ତି  ସେବାୟତ ।  ଗଜପତିଙ୍କ ଅନୁପସ୍ଥିତିରେ  ଏମାନେ ଗଜପତିଙ୍କ ସେବା କରିଥାନ୍ତି ।  ରଥ ଉପରେ ହେଉ କି ସ୍ନାନମଣ୍ଡପରେ, ଯଦି ଏହି ସମୟରେ ଗଜପତି ନ ଆସନ୍ତି ତାହାହେଲେ ମୁଦିରସ୍ତ ସେବା କରିଥାନ୍ତି ।  ଚଳିତବର୍ଷ ମହାପ୍ରଭୁଙ୍କ ସ୍ନାନମଣ୍ଡପରେ  ଛେରାପହଁରା କରିବାକୁ  ଗଜପତିଙ୍କ  ସ୍ଥାନରେ ଆଦିତ୍ୟ ମୁଦିରସ୍ତ ସେବା କରିଛନ୍ତି । ଆଦିତ୍ୟଙ୍କ ପରିବାରରୁ ତାଙ୍କର ଦାଦା ପଦ୍ମନାଭ ମୁଦିରସ୍ତ ୧୯୭୬ ମସିହାରେ ଏଭଳି ସେବା କରିଥିଲେ । ସେତେବେଳେ ଗଜପତି ବିଦେଶରେ ଥିବାରୁ ରଥ ଉପରେ ପଦ୍ମନାଭ ମହାପ୍ରଭୁଙ୍କ ଛେରାପହଁରା କରିଥିଲେ ।  ଶୁଣନ୍ତୁ ତାଙ୍କ ମୁହଁରୁ  ମହାପ୍୍ରଭୁଙ୍କ ପାଖରେ  ସେବା କରିବାବେଳେ କିଭଳି ଥିଲା ମୁଦିରସ୍ତଙ୍କ  ଅନୁଭୂତି ।