ନୂଆପଡାରେ ଟଙ୍କା ପାଇଁ ମାଟ୍ରିକ ଛାତ୍ରକୁ ହତ୍ୟା ! ମାରିବା ପରେ ମୃତଦେହକୁ ପେଟ୍ରୋଲ ଢାଳି ଜାଳି ଦେଲେ ଦୁବୃର୍ତ୍ତ

25

କନକ ବ୍ୟୁରୋ: ନୂଆପଡାରେ ଟଙ୍କା ପାଇଁ ମାଟ୍ରିକ ଛାତ୍ରକୁ ହତ୍ୟା । ହତ୍ୟା କରି ପେଟ୍ରୋଲ ଢ଼ାଳି ପୋଡିଦେଇଥିଲେ ଦୁଇ ଯୁବକ । ଉଭୟ ହତ୍ୟାକାରୀଙ୍କୁ ଗିରଫ କଲା ଖରିଆର ଥାନା ପୋଲିସ୍ । ୭ହଜାର ଟଙ୍କା ଉଦ୍ଧାର ନେଇ ପରିବାର ଲୋକ ନଶୁଝିବାରୁ ଛାତ୍ର ଜଣଙ୍କୁ ଅପହରଣ କରିନେଇଥିଲେ ଅଭିଯୁକ୍ତ । ତାପରେ ଜଙ୍ଗଲ ଭିତରକୁ ନେଇ ହତ୍ୟା କରିଥିବା ଜଣାପଡିଛି । ଗତ ୩୦ ତାରିଖରେ ଅପହରଣ କରି ନେଇଥିଲେ ଦୁବୃର୍ତ୍ତ ।

ଅନ୍ୟପଟେ, ବରଗଡ଼ ବିଜେପୁର ବ୍ଲକର ଚାରିପାଲ ଗାଁରେ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ । ଭୁବନ ସାହୁ ନିଜ ସ୍ତ୍ରୀର ଗଳାକାଟି ହତ୍ୟା କରିବା ପରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଭୁବନ ସାହୁ ଜଣେ ମାନସିକ ରୋଗୀ ବୋଲି ଜଣାପଡ଼ିଛି ।