କନକ ବ୍ୟୁରୋ: କଟକ ଜିଲ୍ଲା ସାଲେପୁରରେ ଜମିବାଡି ଗଣ୍ଡଗୋଳକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ । ସାଲେପୁର ମାଛୁଆତି ଗାଁର ସତ୍ୟପ୍ରକାଶ ମଲ୍ଲିକ ଗତକାଲି ରାତିରେ ସାଲେପୁର ବଜାରରୁ ଚାଲି ଚାଲି ଫେରୁଥିବା ସମୟରେ ପୂର୍ବରୁ ମାରଣାସ୍ତ୍ର ଧରି ପ୍ରସ୍ତୁତ ଥିବା ଜଣେ ନାବାଳକ ତାଙ୍କୁ ଆକ୍ରମଣ କରିଥିଲେ । ତେବେ ହଠାତ ଖଣ୍ଡାରେ ପଛପଟୁ ଚୋଟ ପକାଇବା ଫଳରେ ଅପ୍ରସ୍ତୁତ ଥିବା ସତ୍ୟପ୍ରକାଶ ଏହାର ପ୍ରତିବାଦ କରିପାରିନଥିଲେ ।
ଆହତ ସତ୍ୟପ୍ରକାଶଙ୍କୁ ପ୍ରଥମେ ସାଲେପୁର ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଅଭିଯୋଗ ଆଧାରରେ ସାଲେପୁର ପୋଲିସ ସଂପୃକ୍ତ ନାବାଳକ ଓ ତାଙ୍କ ମାଆଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/11-26.jpg)