ରଜରେ ଗଡିଲା ମୁଣ୍ଡ: ବ୍ରହ୍ମପୁର ହିଲପାଟଣାରେ ଜଣେ କ୍ଷୀର ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା; ଲୁଟ୍ ପରେ ହତ୍ୟା କରାଯାଇଥିବା ସନ୍ଦେହ

Advertisment
ରଜରେ ଗଡିଲା ମୁଣ୍ଡ: ବ୍ରହ୍ମପୁର ହିଲପାଟଣାରେ ଜଣେ କ୍ଷୀର ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା; ଲୁଟ୍ ପରେ ହତ୍ୟା କରାଯାଇଥିବା ସନ୍ଦେହ

କନକ ବ୍ୟୁରୋ: ରଜରେ ବ୍ରହ୍ମପୁରରେ ଗଡିଲା ମୁଣ୍ଡ । ହିଲପାଟଣାରେ ଜଣେ କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି । ଗତକାଲି ରାତିରେ ତାଙ୍କୁ ଲୁଟ୍ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଆଜି କିଛି ଦୋକାନୀ କ୍ଷୀର ଆଣିବାକୁ ହେରିଟେଜ୍ ମିଲ୍କ ସେଂଟର ଯିବା ସମୟରେ ଏହି ଘଟଣା ସାମ୍ନାକୁ ଆସିଛି । ଘଟଣା ସ୍ଥଳରେ ଗୋଷାଣୀ ନୂଆଗାଁ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ଜୁନ୍‌ ୧୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ  ଲକ୍‌ଡାଉନ୍ ଜାରି‌ ରହିବ। ଏହି ଲକ୍‌ଡାଉନ୍‌ ସମୟରେ ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ମେଡିକାଲ ସେବା, ଔଷଧ ଦୋକାନ ଖୋଲା ରହିବ। ଏଥିସହ  କୃଷି ଓ ମନେରେଗା କାମ ଚାଲୁ ରହିବ। ଜିଲ୍ଲାରେ ଓ ଜିଲ୍ଲାରୁ ବାହାରକୁ ବସ୍‌, କାର, ଅଟୋ ଚଳାଚଳକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଆନ୍ତଃଜିଲ୍ଲା ବସ ଚଳାଚଳ ମଧ୍ୟ ବନ୍ଦ ରହିବ। ଦିନ ୧୨ଟା ପରେ କେହି ଘରୁ ବାହାରି ପାରିବେ ନାହିଁ। ଯିଏ ବି ବାହାରିବେ ସେମାନଙ୍କ ପାଖରେ ପାସ୍‌ ଥିବା ଆବଶ୍ୟକ। ଚଳିତ ଥର କଡ଼ାକଡ଼ି ଭାବେ କଟକଣା ଲାଗୁ କରାଯାଇଛି। ଯେଉଁମାନେ ବି ଏହି ନିୟମ ଉଲଘଂନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ କହିବାନୁସାରେ, ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ପ୍ରବାସୀ ରାଜ୍ୟକୁ ଫେରି ସାରିଲେଣି। ଆଉ ଅଧିକ ପ୍ରବାସୀ ଫେରିବାର ଏତେଟା ଅଶା କରାଯାଉ ନାହିଁ। ଦେଢ଼ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଘରୋଇ ସଙ୍ଗରୋଧରେ ରଖାଯାଇଛି। ଜିଲ୍ଲାରେ ୬୮ରୁ ଅଧିକ କରୋନା ପଜିଟିଭ୍‌ ଚିହ୍ନଟ ହେବା ସହିତ ଇତିମଧ୍ୟରେ ରାଜ୍ୟକୁ ମୌସୁମୀ ଛୁଇଁ ଯାଇଛି। ଏହାକୁ ଦୃଷ୍ଟିରେ ରଖି ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରାଯାଉଛି। ତେଣୁ ଆଜିଠାରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ର ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe