କରୋନା ପରେ ମହାରାଷ୍ଟ୍ରରେ କାୟା ବିସ୍ତାର କରୁଛି ‘ବ୍ଲାକ ଫଙ୍ଗସ’ । ୩ ଶିଶୁଙ୍କ ଜୀବନ ବଞ୍ଚାଇବା ପାଇଁ ହରାଇବାକୁ ପଡିଲା ତାଙ୍କ ଆଖି ।

136

କନକ ବ୍ୟୁରୋ : କରୋନା ଭୂତାଣୁ ସଂକଟ ଭିତରେ ଦେଶରେ ବିଭିନ୍ନ ରାଜ୍ୟରେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ବୃଦ୍ଧି ପାଉଛି । ମୁମ୍ବାଇରେ ବ୍ଲାକ ଫଙ୍ଗସ ସଂକ୍ରମଣରେ ଶିକାର ହୋଇଥିବା ତିନିଜଣ ଛୋଟ ପିଲା ଆଖି ହରାଇଛନ୍ତି । ସୂଚନା ମୁତାବକ ଏଭଳି ଘଟିଥିବା ୩ ଜଣ ଯାକ ଶିଶୁ ପ୍ରଥମେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ । ଏହାପରେ ସେମାନେ ବ୍ଲାକ ଫଙ୍ଗସ୍ ଭୂତାଣୁ ଦ୍ୱାରା ପୁଣି ସଂକ୍ରମିତ ହୋଇଗଲେ ।

ମୁମ୍ବାଇର ଏକ ଘରୋଇ ହସ୍ପିଟାଲରୁ ଆସିଛି ଏଭଳି ଦୁଖଦ ଖବର । ଶିଶୁ ୩ ଜଣଙ୍କ ବୟସ କ୍ରମାନ୍ୱୟରେ ୪,୬,୧୪ ବର୍ଷ   । ଡାକ୍ତରଙ୍କ କହିବା ମୁତାବକ ୪ ଓ ୬ ବର୍ଷର ଶିଶୁଙ୍କ ଠାରେ ମଧୁମେହର ଲକ୍ଷଣ ନଥିବା ବେଳେ ୧୪ ବର୍ଷିୟ ପିଲାଟି ଦେଶରେ ମଧୁମେହର ଲକ୍ଷଣ ଥିଲା । ଏହା ବ୍ୟତୀତ ଜଣେ ୧୬ ବର୍ଷିୟ ବାଳିକା ବି କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ତାଙ୍କ ଠାରେ ମଧୁମେହ ଦେଖା ଦେଇଥିଲା । ଏବେ ସେହି ନାବାଳିକାର ପେଟରେ ବ୍ଲାକ ଫଙ୍ଗସ୍ ସଂକ୍ରମଣ କରିଥିବା ଜଣାପଡିଛି ।

ଡାକ୍ତରଙ୍କ କହିବା ମୁତାବକ ୧୬ ବର୍ଷିୟ ନାବାଳିକାଙ୍କ ଶରୀରରେ ପ୍ରଥମେ ଡାଇବେଟିସ୍ ର କିଛି ଲକ୍ଷଣ ଦେଖାଯାଉ ନଥିଲା । ମାତ୍ର କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ତାଙ୍କ ଶରୀରରେ କିଛି ଅସୁବିଧା ଦେଖା ଦେଇଥିଲା । ପରୀକ୍ଷା ପରେ ଜଣାପଡିଥିଲା କି ବ୍ଲାକ ଫଙ୍ଗସ୍ ଭୂତାଣୁ ନାବାଳିକାର ପେଟ ପର୍ଯ୍ୟନ୍ତ ପହଂଚି ଯାଇଛି । ଅନ୍ୟପଟେ ଅନ୍ୟଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୪ ଓ ୬ ବର୍ଷର ଶିଶୁଆଖି ହରାଇଛନ୍ତି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି କି ସେମାନଙ୍କର ଦୃଷ୍ଟିଶକ୍ତି ନଷ୍ଟ କରାଯାଇ ନଥିଲେ ସେମାନଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନଥାନ୍ତା ।

ଆପଣଙ୍କୁ କହିରଖୁ କି, କରୋନା ସଂକଟ ଭିତରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ୧ ହଜାରରୁ ଅଧିକ ବ୍ଲାକ ଫଙ୍ଗସ୍ ମାମଲା ଆସିଛି । ଏହି ସଂକ୍ରମଣ ଫଳରେ ଅନେକ ଲୋକଙ୍କର ଦୃଷ୍ଟିଶକ୍ତି ନଷ୍ଟ କରିବାକୁ ପଡୁଥିବା ନେଇ ଏବେ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଛି ।