ଅନୀସ ବଜ୍ମୀଙ୍କ ସିନେମା ‘ମୁବାରକାନ୍’ର ପ୍ରଥମ ଝଲକ ଲଂଚ କରା ଯାଇଛି । ଏଥିରେ ଅର୍ଜୁନ କପୁର ଡବଲ ରୋଲରେ ନଜର ଆସିବେ । ‘ମୁବାରକାନ୍’ ସିନେମାରେ ସେ ପ୍ରଥମ ଥର ପାଇଁ ଜଣେ ସର୍ଦ୍ଦାର ଭୂମିକାରେ ଅଭିନୟ କରୁଛନ୍ତି ।
ଅର୍ଜୁନଙ୍କ ବ୍ୟତିତ ତାଙ୍କ ରିୟଲ ଲାଇଫ ଚାଚା ଅନୀଲ କପୁର ଏଇ ସିନେମାରେ ରିଲ ଲାଇଫ ଚାଚା ଭୂମିକାରେ ମଧ୍ୟ ଅଭିନୟ କରୁଛନ୍ତି । ଖବର ଅନୁସାରେ ଏଇ ସିନେମାରେ ଅର୍ଜୁନ ଦୁଇ ଯାଆଁଳା ଭାଇ "ଚରଣ' ଓ "କରଣ' ଭୂମିକାରେ ନଜର ଆସିବେ ।
ଏହି ସିନେମାର ପ୍ରଥମ ଝଲକକୁ ଟ୍ୱିଟରେ ଶେୟାର କରିଛନ୍ତି ନିଜେ ଅର୍ଜୁନ କପୁର । ଆସନ୍ତାବର୍ଷ ୨୮ ଜୁଲାଇରେ ରିଲିଜ ହେବ ଏହି ସିନେମା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/arjunkapoor_sm_fb_650_112416010308.jpg)