କନକ ବ୍ୟୁରୋ : ବଦଳିଲା ବିଶ୍ୱର ଉଚ୍ଚତମ ଶୃଙ୍ଗର ଉଚ୍ଚତା । ଦୀର୍ଘ ବର୍ଷ ଧରି ଏଭରେଷ୍ଟ ଶୃଙ୍ଗର ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଆଜି ଅନ୍ତ ହୋଇଛି ବୋଲି ଘୋଷଣା କରିଛନ୍ତି ଉଭୟ ନେପାଳ ଓ ଚୀନ୍ । ନୂଆ ହିସାବ ଅନୁସାରେ ଏଭରେଷ୍ଟ ଶୃଙ୍ଗର ଉଚ୍ଚତା ହେଉଛି ୮ ହଜାର ୮୪୮ ଦଶମିକ ୮୬ ମିଟର ।
୧୯୫୪ ମସିହାରେ ସର୍ଭେ ଅଫ୍ ଇଣ୍ଡିଆ କରିଥିବା ହିସାବ ଅନୁସାରେ ଏହାର ଉଚ୍ଚତା ୮ ହଜାର ୮୪୮ ମିଟର ରହିଥିଲା । କିନ୍ତୁ ଏହାକୁ ନେଇ କିଛି ଦ୍ୱନ୍ଦ୍ୱ ଦେଖାଯାଇଥିଲା ଏବଂ ଏନେଇ ୨୦୧୧ ମସିହାରୁ ଚୀନ ଓ ନେପାଳ ମିଳିତ ଭାବେ ଏହାର ଉଚ୍ଚତା ମାପ କରିଥିଲେ ।
ଅତ୍ୟାଧୁନିକ କୌଶଳରେ ଏହାର ମାପ କରାଯାଇଥିଲା ଏବଂ ଏହି ଅନୁସାରେ ଏଭରେଷ୍ଟ ଶୃଙ୍ଗର ଉଚ୍ଚତା ପୂର୍ବ ଉଚ୍ଚତା ତୁଳନାରେ ୮୬ ସେଣ୍ଟିମିଟର ଅଧିକ ବୋଲି ଜଣାପଡିଛି । ପୂର୍ବରୁ ବ୍ରିଟିଶ ଶାସିତ ଭାରତ ପକ୍ଷରୁ ୧୮୪୯ ଓ ୧୮୫୫ରେ ସର୍ଭେ ଅଫ୍ ଇଣ୍ଡିଆ ଏହି ଶୃଙ୍ଗର ଉଚ୍ଚତା ମାପ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/23-5.jpg)