ରାଜ୍ୟସଭାରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ : କହିଲେ, କୃଷି ଆଇନରେ ହୋଇପାରିବ ସଂଶୋଧନ; ଏମଏସପି ଥିଲା, ଅଛି ଓ ରହିବ

242

କନକ ବ୍ୟୁରୋ : ରାଜ୍ୟସଭାରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା କାଳରେ ମଧ୍ୟ ଚାଷୀଙ୍କ ଉତ୍ପାଦ ବଢିଛି । ସେହିପରି ସରକାର ଆଣିଥିବା କୃଷି ଆଇନକୁ ହେଉଥିବା ବିରୋଧ ପ୍ରସଙ୍ଗରେ ମତାମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ।

ସରକାର କୌଣସି ଆଇନ ଆଣିଲେ ତାହା ଚୂଡାନ୍ତ ନୁହେଁ । ଏଥିରେ ସଂସ୍କାର ପାଇଁ ସଂଶୋଧନ ମୂଳକ ପ୍ରସ୍ତାବ ଆସିଲେ ତାହାକୁ ଗ୍ରହଣ କରାଯିବ ବୋଲି ମୋଦି ସ୍ପଷ୍ଟ କରିଛନ୍ତି । ଏପରିକି ଆନ୍ଦୋଳନରତ ଚାଷୀଙ୍କୁ ଭରସା ଦେବାକୁ ଯାଇ ମୋଦି କହିଛନ୍ତି, ଦେଶରେ ଏମଏସପି ଥିଲା,ଅଛି ଓ ଆଗକୁ ରହିବ ମଧ୍ୟ । ତେବେ ଚାଷୀଙ୍କ ଉନ୍ନତି ପାଇଁ ସରକାର ନେଉଥିବା ପଦକ୍ଷେପରେ ସହଯୋଗ ପାଇଁ ସେ ବିରୋଧୀଙ୍କୁ ଆହ୍ୱାନ କରିଛନ୍ତି ।