ଶହୀଦନଗରରେ ଉଦଘାଟିତ ହେଲା ଏମଏସଆଇ ବ୍ରାଣ୍ଡ ଷ୍ଟୋର । ସବୁ ବର୍ଗର ଲାପଟପ୍ ହେବ ଉପଲବ୍ଧ

66

କନକ ବ୍ୟୁରୋ : ରାଜ୍ୟର ପ୍ରଥମ ଏମଏସଆଇ ବ୍ରାଣ୍ଡ ଷ୍ଟୋର ଶହୀଦନଗର ଭୁବନେଶ୍ୱର ଠାରେ ଉଦଘାଟିତ ହୋଇଯାଇଛି । ନ୍ୟାସନାଲ ସେଲସ ମ୍ୟାନେଜର ଲିଓନ୍ ଚାଙ୍ଗଙ୍କ କହିବା ମୁତାବକ ଏହି ଷ୍ଟୋରରେ ୩ଟି ବର୍ଗର ଲାପଟପ୍ ରହିବ । ଗେମିଂ ସିରିଜରେ ଉପଲବ୍ଧ ଲାପଟପର ମୂଲ୍ୟ ୫୦ ହଜାର ଟଙ୍କାରୁ ଆରମ୍ଭ ହୋଇ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ବିଜନେସ୍ ପ୍ରଡକ୍ଟଟିଭ ସିରିଜର ଉତ୍ପାଦଗୁଡିକର ମୂଲ୍ୟ ୩୦ ହଜାର ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । କଣ୍ଟେଣ୍ଟ କ୍ରିଏସନ୍ ସିରିଜରେ ଉପଲବ୍ଧ ଲାପଟପ୍ ମଧ୍ୟରେ ଏହି ମିଳିପାରିବ ।

ଏନେଇ ଆୟୋଜିତ ଉଦଘାଟନୀ ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା, ସ୍ଥାନୀୟ କର୍ପୋରେଟର ରାଜକିଶୋର ଦାସ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆରଏସଏମ ରୂପନାରାୟଣ ଏବଂ ଓଡିଶା ବିଜନେସ୍ ଡେଭଲପମେଣ୍ଟ ମ୍ୟାନେଜର ମଧୁସୂଦନ ଗୁପ୍ତା ଉପସ୍ଥିତ ରହି ଷ୍ଟୋରରେ ଉପଲବ୍ଧ ଉତ୍ପାଦ ଓ ସେବା ସଂପର୍କରେ ସୂଚନା ଦେଇଥିଲେ । ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଉତ୍ପାଦ ଯୋଗାଇଦେବା ସହ ଅନସାଇଟ ସର୍ଭିସର ମଧ୍ୟ ସେବା ପ୍ରଦାନ କରାଯିବ ବୋଲି କହିଛନ୍ତି । ସେହିଭଳି ଫାଇନାନ୍ସ ଜରିଆରେ ଉତ୍ପାଦ କ୍ରୟ କରିବାର ବନ୍ଦୋବସ୍ତ ରହିଥିବା ସୂଚନା ଦିଆଯାଇଛି । ଆଲିଶାନ କମ୍ପ୍ୟୁଟର ସହଭାଗିତାରେ ଏହି ଷ୍ଟୋର ଖୋଲାଯାଇଛି ।