ନିଟ୍ ଓ ଜେଇଇ (ମେନ୍) ପ୍ରବେଶିକା ପରୀକ୍ଷା ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ଯିବାକୁ ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଲେ, ଛାତ୍ରଛାତ୍ରୀଙ୍କ ପାଇଁ ଆମକୁ କରିବାକୁ ପଡିବ ସ୍ୱର ଉତ୍ତୋଳନ  ।

Advertisment
ନିଟ୍ ଓ ଜେଇଇ (ମେନ୍) ପ୍ରବେଶିକା ପରୀକ୍ଷା ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ଯିବାକୁ ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଲେ, ଛାତ୍ରଛାତ୍ରୀଙ୍କ ପାଇଁ ଆମକୁ କରିବାକୁ ପଡିବ ସ୍ୱର ଉତ୍ତୋଳନ  ।

କନକ ବ୍ୟୁରୋ : ନିଟ୍ ଓ ଜେଇଇ ମେନ୍ ପ୍ରବେଶିକା ପରୀକ୍ଷା ତାରିଖ ସ୍ଥଗିତ କରିବାକୁ ପୂରା ଦେଶରୁ ଦାବି ହେଉଛି । କରୋନା କାଳରେ ନିଟ୍ ଓ ଜେଇଇ ପରୀକ୍ଷା ନିଷ୍ପତିକୁ ବିରୋଧ କରି କଂଗ୍ରେସ ଶାସିତ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ୩ ଅଣ-କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂରେ ଏକ ବୈଠକ ହୋଇଛି । ଆଉ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ ବୟାନ ଦେଇଛନ୍ତି ।

ଏହି ବୈଠକରେ ନିଟ୍ ଓ ଜେଇଇ ପ୍ରବେଶିକା ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ମାନଙ୍କୁ ସୁପ୍ରିମକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି ମମତା । ସେ କହିଛନ୍ତି, “ଆସନ୍ତୁ ସୁପ୍ରିମକୋର୍ଟକୁ ଯିବା। ଆସନ୍ତୁ ଏହି ବିଷୟରେ ଆଲୋଚନା କରିବା। ଏହା ଛାତ୍ରଛାତ୍ରୀମାନଙ୍କ ପାଇଁ ମାନସିକ ଯନ୍ତ୍ରଣା। ମୁଁ ଗଣତନ୍ତ୍ରରେ ଏତେ ଅତ୍ୟାଚାର ଦେଖି ନାହିଁ। ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର। ଆମକୁ ପିଲାମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାକୁ ହେବ।

ଇଞ୍ଜିନିୟରିଂ ପାଇଁ ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ରୁ ୧୬ ମଧ୍ୟରେ ହେବାକୁ ଥିବାବେଳେ ଡାକ୍ତରୀ ଅଧ୍ୟୟନ ପାଇଁ  ‘ନ୍ୟାସନାଲ୍ ଇଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ୍‌ ସେପ୍ଟେମ୍ବର ୧୩ରେ କରାଯିବାକୁ ଯୋଜନା କରାଯାଇଛି। ତେବେ କଂଗ୍ରେସ ସମେତ ଶିବସେନା ଏବଂ ଟିଏମସି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ କାରଣ ଦର୍ଶାଇ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରୁଛନ୍ତି। ପ୍ରଥମରୁ ହିଁ ନିଟ୍ ଓ ଜେଇଇ ପ୍ରବେଶିକା ପରୀକ୍ଷା ଘୁଞ୍ଚାଇବାକୁ ଦାବି କରି ଆସୁଛନ୍ତି ମମତା ବାନାର୍ଜୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe