ଧୋନୀଙ୍କ ଓଡିଶା ସ୍ମୃତି । ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବା ପରେ ସାମ୍ନାକୁ ଆସିଲା ମାହିଙ୍କ ଓଡିଶା ସ୍ମୃତି । ୨୦୦୮ରେ କଟକ ମଙ୍ଗଳାବାଗ ସ୍ଥିତ ପ୍ରଜ୍ଞାନ ଓଝାଙ୍କ ମାମୁଘରକୁ ଆସିଥିଲେ, ଅତିଥି ସାଜି ଖାଇଥିଲେ…

1,135

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର କ୍ୟାପଟେନ୍ ମହେନ୍ଦ୍ର ସିିଂ ଧୋନୀ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କ ସହ ଜଡ଼ିତ ଥିବା ଅନେକ କାହାଣୀ ଏବେ ସାମ୍ନାକୁ ଆସୁଛି । କିଏ ଧୋନୀଙ୍କ ସହ ସମୟ ବିତାଇଛନ୍ତି, ତ’ ଆଉ କିଏ ତାଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ତେବେ ଅତି ହାଲୁକା-ଫୁଲ୍କା ମୁହୁର୍ତ୍ତରେ ଧୋନୀ ଗୋଡ଼ ଲମ୍ବେଇ ବସିଛନ୍ତି, ଆରାମରେ ଖାଉଛନ୍ତି । ଯେକେହି ଦେଖିଲେ କହିବ, ହୁଏତ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ନିଜ ଘରେ ଅଛନ୍ତି । ହେଲେ ଏହି ଚିତ୍ର ହେଉଛି କଟକର । ୨୦୦୮ରେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝାଙ୍କ ମାମୁଁ ନୃସିଂହ ଚୌଧୁରୀଙ୍କ ଘରକୁ ଅତିଧି ଭାବେ ଆସିଥିଲେ ଧୋନୀ । ଭାରତ- ଇଂଲଣ୍ଡ ମ୍ୟାଚ୍ ପୂର୍ବରୁ କଟକର ମଙ୍ଗଳବାଗ ସ୍ଥିତ ଘରକୁ ଅତିଥିଭାବେ ଆସିଥିଲେ ମହେନ୍ଦ୍ର ସିଂ ଧୋନୀ ।

ଧୋନିଙ୍କ ସହ ସହିତ ରବିନ ସିଂ, ଭେଙ୍କଟେଶ ପ୍ରସାଦ ଓ ମୁନାଫ ପଟେଲ୍ ବି ଅତିଥି ଭାବେ ଆସିଥିଲେ । ବେଶ୍ କିଛି ସମୟ ପ୍ରଜ୍ଞାନଙ୍କ ମାମୁ ଘରେ ସମୟ କାଟିବା ପରେ ଗଲା ବେଳେ ଟିମ୍ ଇଣ୍ଡିଆର ଖୋଳାଳିଙ୍କ ଦସ୍ତକ୍ଷତ ଥିବା ଏକ ବ୍ୟାଟ୍ ଉପହାର ଭାବେ ମଧ୍ୟ ଦେଇଥିଲେ ।

ସେହିପରି ଆଉ ଏକ କାହାଣୀ ଆସିଛି କେନ୍ଦୁଝରର କରଞ୍ଜିଆରୁ । ମହେନ୍ଦ୍ର ସିଂ ଧୋନୀଙ୍କ ସହ ଫଟୋ ଉଠାଇଥିଲେ ଅଭିଜିତ ପ୍ରସାଦ । ଅଭିଜିତ କ୍ରିକେଟ ଖେଳନ୍ତି ଏବଂ ୨୩ ବର୍ଷରରୁ କମ୍ ଦଳରେ ବି ଅଛନ୍ତି । ହେଲେ ତାଙ୍କର ଆଉ ଏକ ଗୁଣ ହେଲା, ସେ ପେଶାଧାର କ୍ରିକେଟର ବ୍ୟବହାର କରୁଥିବା କ୍ରିକେଟ ବ୍ୟାଟର ମରାମତି କରିପାରନ୍ତି । କୌଣସି ଆଧୁନିକ ଯନ୍ତ୍ରପାତିର ବିନା ସହାୟତାରେ ବ୍ୟାଟର ମରାମତି କରନ୍ତି ଅଭିଜିତ । ବଡ଼ କଥା ହେଉଛି, ମହେନ୍ଦ୍ର ସିଂ ଧୋନିଙ୍କ ସମେତ କେଏଲ୍ ରାହୁଲ, ଉମେଶ ଯାଦବ, ରୋହିତ ଶର୍ମାଙ୍କ ବ୍ୟାଟ୍ ମଧ୍ୟ ମରାମତି କରିଛନ୍ତି ।