ପୁଣି ବିନ୍ଦାସ ମୁଡରେ ନଜର ଆସିଲେ କ୍ୟାପଟେନ୍ କୁଲ୍ ! ନାଗପୁର ମଇଦାନରେ ଫ୍ୟାନ୍ସଙ୍କ ସହ ଲୁଚକାଳି ଖେଳିଲେ ଧୋନୀ, ଦେଖନ୍ତୁ ଭିଡିଓ ।

Advertisment
ପୁଣି ବିନ୍ଦାସ ମୁଡରେ ନଜର ଆସିଲେ କ୍ୟାପଟେନ୍ କୁଲ୍ ! ନାଗପୁର ମଇଦାନରେ ଫ୍ୟାନ୍ସଙ୍କ ସହ ଲୁଚକାଳି ଖେଳିଲେ ଧୋନୀ, ଦେଖନ୍ତୁ ଭିଡିଓ ।

image courtesy - sportstar.thehindu.com

କନକ ବ୍ୟୁରୋ : ପଡିଆରେ ପ୍ରଶଂସକଙ୍କ ସହ ଧୋନୀଙ୍କ ଲୁଚକାଳି ଖେଳ ! କ୍ରିକେଟ୍ ମଇଦାନରେ ପୁଣି ବିନ୍ଦାସ ମୁଡରେ ନଜର ଆସିଲେ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀ । ନାଗପୁରରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆକୁ ମାତ୍ ଦେଇଛି ଭାରତ । ତେବେ ଦ୍ୱିତୀୟ ଇନିଂସ ପୂର୍ବରୁ ନାଗପୁର ପଡିଆରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ନିଜର ଶାନ୍ତ ସ୍ୱଭାବ ପାଇଁ ପ୍ରଶଂସକଙ୍କ ମନ ଜିଣୁଥିବା ଭାରତୀୟ ଦଳ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପୁଣି କୋଟି କୋଟି ଫ୍ୟାନ୍ସଙ୍କ ମନ ଜିଣିଛନ୍ତି । ଆସନ୍ତୁ ଜାଣିବା କ’ଣ ଥିଲା ପୁରା ଘଟଣା ।

ମ୍ୟାଚ୍ ବେଳେ ଭାରତୀୟ ଖେଳାଳିମାନେ କ୍ଷେତ୍ରରକ୍ଷଣ କରୁଥିଲା ବେଳେ ଜଣେ ପ୍ରଶଂସକ ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆ ମଧ୍ୟରେ ପଶିଯାଇଥିଲେ। ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଆଲିଙ୍ଗନ କରିବା ପାଇଁ ପଡ଼ିଆରେ ଦୌଡ଼ିଥିଲେ। ତେବେ ଏହି ସମୟରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା କୋଟି କୋଟି କ୍ରୀଡାପ୍ରେମୀଙ୍କ ମନ ଜିଣିପାରିଛି । ପଡିଆ ମଧ୍ୟରେ ଫ୍ୟାନ୍ସଙ୍କ ସହ ଲୁଚକାଳି ଖେଳ ଖେଳିଥିଲେ ଧୋନୀ । ଧୋନି ମଧ୍ୟ ତାଙ୍କୁ ଦେଖି ପଡ଼ିଆରେ ଦୌଡ଼ିବାରେ ଲାଗିଥିଲେ। ଏଭଳି ଛକାପଂଝା ମଧ୍ୟରେ ଧୋନି କିଛି ସମୟ ଛିଡ଼ା ହୋଇଯାଇଥିଲେ ଏବଂ ଧଳା ଟି-ସାର୍ଟ ପିନ୍ଧିଥିବା ପ୍ରଶଂସକ ଜଣଙ୍କ ତାଙ୍କର ଆଦର୍ଶ ଧୋନିଙ୍କୁ ଆଲିଙ୍ଗନ କରି ତାଙ୍କ ଆଶା ମେଣ୍ଟାଇଥିଲେ। ପ୍ରଶଂସକ ଜଣଙ୍କ ମଧ୍ୟ ଧୋନିଙ୍କ ପାଦ ଛୁଇଁଥିଲେ। ତେବେ ଏହା ପରେ ପରେ ବିଦର୍ଭ କ୍ରିକେଟ୍ ସଂଘର ସ୍ବେଚ୍ଛାସେବୀଙ୍କ ସହିତ କିଛି ସୁରକ୍ଷା କର୍ମୀ ପ୍ରଶଂସକ ଜଣଙ୍କୁ କାବୁ କରି ପଡ଼ିଆ ବାହାରକୁ ନେଇଯାଇଥିଲେ। ଏହି ସମୟରେ ଭାରତୀୟ ଦଳର ଅନ୍ୟ ଖେଳାଳିମାନେ ଘଟଣାକୁ ବେଶ୍ ଉପଭୋଗ କରିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ସେୟାର ହେବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe