କନକ ବ୍ୟୁରୋ : ବିଦ୍ୟୁତ କାଟ ସମସ୍ୟା କେବଳ ଓଡ଼ିଶାରେ ନୁହେଁ ବରଂ ଦେଶର ବିଭିନ୍ନ ସ୍ଥାନରେ ଏହି ସମସ୍ୟା ଦେଖିବାକୁ ମିଳିଛି । ଝାଡଖଣ୍ଡରେ ଏହି ସମସ୍ୟାକୁ ନେଇ ସଡକରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ପାୱାରକଟ ସମସ୍ୟାକୁ ନେଇ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଷ୍ଟାର କ୍ରିକେଟର ସମସ୍ତେ ବିଚଳିତ । ଆଉ ଏହି ତାଲିକାରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ରହିଛନ୍ତି । ବିଦ୍ୟୁତ୍ କାଟ ସମସ୍ୟାକୁ ନେଇ ସାକ୍ଷୀ ସରକାରଙ୍କୁ ପ୍ରଶ୍ନ କରିବା ସହ କହିଛନ୍ତି, ଏତେ ବର୍ଷ ଧରି ଏହି ସମସ୍ୟା କାହିଁକି ଲାଗି ରହିଛି?
ସୋମବାର ସନ୍ଧ୍ୟାରେ ସାକ୍ଷୀ ଟ୍ୱିଟ୍ କରି କହିଛନ୍ତି, ଝାଡଖଣ୍ଡରେ ଏତେ ବର୍ଷ ବିଦ୍ୟୁତ୍ ସମସ୍ୟା କାହିଁକି ରହିଛି? ଜଣେ ଟିକସ ଦେଉଥିବା ବ୍ୟକ୍ତି ଭାବେ ଜାଣିବାକୁ ଚାହୁଁଛି ଯେ, ଝାଡଖଣ୍ଡରେ ଏହି ସମସ୍ୟା କାହିଁକି? ଆମେ ଶକ୍ତି ସଞ୍ଚୟ କରୁଥିଲେ ମଧ୍ୟ ଏହି ସମସ୍ୟା କାହିଁକି?
As a tax payer of Jharkhand just want to know why is there a power crisis in Jharkhand since so many years ? We are doing our part by consciously making sure we save energy !
— Sakshi Singh 🇮🇳❤️ (@SaakshiSRawat) April 25, 2022
ଝାଡଖଣ୍ଡରେ ସ୍ଥାପିତ ପାୱାର ପ୍ଲାଣ୍ଟରୁ ପ୍ରତିଦିନ ୪୮୨୬ ମେଗାୱାଟ୍ ବିଜୁଳି ଉତ୍ପାଦନ ହେବା କଥା । କିନ୍ତୁ ଏବେ ୪୨୪୬ ମେଗାୱାଟ ବିଜୁଳି ଉତ୍ପାଦନ ହେଉଛି । କିନ୍ତୁ ସବୁଠୁ ବଡ କଥା ହେଲା, ଉତ୍ପାଦିତ ବିଜୁଳିରୁ ମାତ୍ର ୧୨୪୬ ମେଗାୱାଟ ବିଦ୍ୟୁତ୍ ରାଜ୍ୟର ଉପଭୋକ୍ତାଙ୍କୁ ମିଳୁଛି । ଅନ୍ୟ ୩୦୦୦ ମେଗାୱାଟ୍ ବିଦ୍ୟୁତ୍ ଦିଲ୍ଲୀ, ପଞ୍ଜାବ ଓ କେରଳକୁ ଯୋଗାଇ ଦିଆଯାଉଛି । କିନ୍ତୁ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ବିଦ୍ୟୁତ୍ ଚାହିଦା ଅଧିକ ମାତ୍ରାରେ ବଢିଛି । କିନ୍ତୁ ସେହି ଅନୁପାତରେ ବିଦ୍ୟୁତ୍ ଉତ୍ପାଦନ ହେଉନାହିଁ । ଯାହା ଝାଡଖଣ୍ଡବାସୀଙ୍କ ଚିନ୍ତା ବଢାଇ ଦେଇଛି ।