ଧୋନୀଙ୍କ ବାଇକ୍ ଓ କାର୍ କଲେକ୍ସନ। ଭିଡିଓ ଭାଇରାଲ କଲେ ପୂର୍ବତନ କ୍ରିକେଟର…

1,073

କନକ ବ୍ୟୁରୋ: ବିଶ୍ୱର ସର୍ବଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ସେ କ୍ରିକେଟକୁ ନେଇ ଯେତିକି ଉତ୍ସାହୀ ସେତିକି ପରିମାଣରେ ବାଇକକୁ ନେଇ ମଧ୍ୟ ଉତ୍ସାହୀ । ତାଙ୍କ ବାଇକ ଗୁଡିକର କଲେକସନକୁ ନେଇ ଅନେକ ସମୟ ଧରି ଚର୍ଚ୍ଚା ହୋଇଥାଏ । ରାଞ୍ଚି ସ୍ଥିତ ଫାର୍ମହାଉସରେ ଥିବା ତାଙ୍କର ବାଇକ କଲେକସନରେ ଗୋଟିଏଠୁ ବଳି ଆଉଗୋଟିଏ ମହଙ୍ଗା ତଥା ଲଗଜୁରୀ ମୋଟର ବାଇକ ରହିଛି ।

ଧୋନି ନିଜେ ଏହା ଉପରୁ ନିକଟରେ ପରଦା ହଟାଇଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ପୂର୍ବତନ କ୍ରିକେଟର ଭେଙ୍କଟେସ ପ୍ରସାଦ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ପାଖାପାଖି ଶହେରୁ ଅଧିକ ବାଇକ ମାହିଙ୍କ ପାଖରେ ରହିଛି ।

ଯେତିକି ଚର୍ଚ୍ଚା ଧୋନୀଙ୍କ କ୍ରିକେଟକୁ ନେଇ ହୋଇଥାଏ ସେତିକି ତାଙ୍କ କାର ଏବଂ ବାଇକକୁ ନେଇ ହୋଇଥାଏ । ଧୋନୀଙ୍କ ବାଇକ କଲେକ୍ସନରେ କାୱାସାକି ନିଞ୍ଜା ଏଚ୨, ହାର୍ଡଲି ଡେଭିଡ୍ ସନ ଫ୍ୟାଟ ବଏ, ଡୁକାଟୀ୧୦୮୯, ୟାମାହା ଆରଡି ୩୫୦ଭଳି ବାଇକ ରହିଛି । କେବଳ ବାଇକ ନୁହେଁ ଧୋନୀଙ୍କ ପାଖରେ ଅନେକ କାର ମଧ୍ୟ ରହିଛି । ଏଥିରେ ଅନେକ ଦାମୀ କାର ରହିଛି । ବିଶେଷ କରି ହାମର ଏଚ୨, ଅଡି କ୍ୟୁ୭, ଲାଣ୍ଡ ରୋଭର, ଫରାରୀ ୫୯୯ଜିଟିଓ, ନିଶାନ ଜୋଙ୍ଗା, ମର୍ସିଡିଜ ବେଞ୍ଜ ଜିଏଲଇ, ରୋଲସ ରୟର୍ସ ସିଲଭର ସ୍ୟାଡୋ ।
ଭେଙ୍କଟେଶ ପ୍ରସାଦ କହିଛନ୍ତି, ମୁଁ ଧୋନୀଙ୍କ ଏହି ବାଇକ କଲେକସନ ଦେଖି ଆଚମ୍ବିତ ହୋଇଯାଇଛି । ସେ ଏହି ଭିଡିଓରେ ମଧ୍ୟ କହିଛନ୍ତି ଏହା ହେଉଛି ଏକ ପ୍ରକାର ବାଇକ ସୋରୁମ୍ । ଏହି ଭିଡିଓରେ କ୍ୟାମେରା ପଛରେ ଧୋନୀଙ୍କ ପତ୍ନୀ ସାକ୍ଷୀ ଧୋନୀ ସ୍ପଷ୍ଟ କରିଛନ୍ତି ଧୋନୀଙ୍କୁ ଏହା କେତେ ଜରୁରୀ ।

ଧୋନୀଙ୍କ ଏହି କାର, ଆଉ ବାଇକ କଲେକସନ ଏକ ପ୍ରକାରରେ ଏକ ସୋରୁମ ଭଳି । ସୋରୁମରେ ଯେମିତି ଗାଡି ଆଉ କାର ସଜାହୋଇରହିଥାଏ ଠିକ ସେହିପରି ଏଠି ବି କାର ଆଉ ବାଇକ ସଜାଇ ରଖାଯାଇଛି ।

ଧୋନୀ କ୍ରିକେଟରୁ ଅବସର ନେଇଥିବେ ବି ଆଇପିଏଲ ଖେଳିବା ଜାରିରଖିଛନ୍ତି । କ୍ରିକେଟ ପିଚ୍ ନୁହେଁ ରୋଜଗାର ମାମଲାରେ ବି ସେ ଅନେକ ଖେଳାଳୀଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି । ଯଦି ଧନୀ କ୍ରିକେଟ ଖେଳାଳୀଙ୍କ କଥା ଦେଖିବା ଧୋନି ପ୍ରଥମ ସ୍ଥାନରେ ନଜର ଆସିପାରନ୍ତି । ବିଭିନ୍ନ ବ୍ରାଣ୍ଡ ପାଇଁ ମଧ୍ୟ ସେ କାମ କରି ଅନେକ ଟଙ୍କା ରୋଜଗାର କରୁଛନ୍ତି ।