ଧୋନୀଙ୍କ ନିଆରା ଅନ୍ଦାଜ । ଗୁପଚୁପ୍ ତିଆରି କରି ସାଥୀ ଖେଳାଳୀଙ୍କୁ ଖୁଆଇଲେ, ସମୁଦ୍ର କୂଳରେ ଭଲିବଲ୍ ଖେଳିଲେ ।

516

କନକ ବ୍ୟୁରୋ : ଧୋନୀ ବନିଲେ ଗୁପଚୁପ୍ ବିକାଳୀ ? ନିଜର ନିଆରା ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମାହିଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଏକ ନୂଆ ଷ୍ଟାଇଲରେ ନଜର ଆସିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଏହି ଭିଡିଓରେ ଧୋନୀ ଗୁପଚୁପ୍ ବାଂଟୁଥିବାର ନଜର ଆସିଛନ୍ତି । ନିଜ ସାଥୀ ଖେଳାଳୀ ରୁଦ୍ର ପ୍ରତାପ ସିଂହ ଏବଂ ପୀୟୁଷ ଚାୱଲାଙ୍କୁ ଗୁପଚୁପ ଦେଉଛନ୍ତି ଧୋନୀ ।

ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେଉଥିବା ବେଳେ, ଅନେକ ଲୋକ ଧୋନୀଙ୍କ ପ୍ରଂଶସାରେ କମେଂଟ ମଧ୍ୟ କରିଛନ୍ତି । ଧୋନୀ ନିଜେ ଗୁପଚୁପ ଭିତରେ ଆଳୁ ମସଲା ଭର୍ତି କରୁଛନ୍ତି, ଏବଂ ଏହା ପରେ ଗୁପଚୁପ ପାଣି ପୂରାଇ ପରଷୁଥିବାର ଭିଡିଓରେ ନଜର ଆସିଛନ୍ତି ।

୨୦୧୯ ବିଶ୍ୱକପ ସେମିଫାଇନାଲରେ ଟିମ୍ ଇଣ୍ଡିଆର ପରାଜୟ ପରେ ନିଜକୁ କ୍ରିକେଟ୍ ମୈଦାନ ଠାରୁ ଦୂରେଇ ରଖିଛନ୍ତି କ୍ୟାପଟେନ୍ କୁଲ୍ ଧୋନୀ । ଏପରିକି ଅନେକ ସମୟରେ ତାଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଆଉ ଏହାରି ଭିତରେ ଭିନ୍ନ ଭିନ୍ନ ଅନ୍ଦାଜରେ ନଜର ଆସୁଛନ୍ତି ମାହି ।

ସେହିପରି ନିକଟରେ ମାଳଦୀପ ସମୁଦ୍ର କୂଳରେ ଭଲିଭଲ ଖେଳୁଥିବାର ମଧ୍ୟ ନଜର ଆସିଥିଲେ ଧୋନୀ । ସାଙ୍ଗମାନଙ୍କ ସହ ମଜାମସ୍ତି କରିବା ସହ ଭଲିବଲରେ ମସଗୁଲ ରହିଥିଲେ ମାହି ।