୪୩୬ ଦିନ ପରେ ମୈଦାନକୁ ଓହ୍ଲାଇଲେ ଧୋନୀ : ଖେଳିଲେ ଆଇପିଏଲ ୨୦୨୦ର ଉଦଘାଟନୀ ମ୍ୟାଚ 

382
କନକ ବ୍ୟୁରୋ : ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରାୟ ୪୩୬ ଦିନ ପରେ ମୈଦାନକୁ ଓହ୍ଲାଇଛନ୍ତି । ଆଇପିଏଲ ୨୦୨୦ର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ତାଙ୍କୁ ଅଧିନାୟକତ୍ୱ କରୁଥିବାର ଦେଖିବାକୁ ମିଳିଛି । ତେବେ ସେ ୨୦୧୯ରେ ବିଶ୍ୱକପ ସେମି ଫାଇନାଲ ପରେ କୌଣସି ବି ମ୍ୟାଚ ଏଯାଏଁ ଖେଳି ନଥିଲେ ।
ଏହାସହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ମଧ୍ୟ ଅବସର ନେଇସାରିଛନ୍ତି । ତେବେ ସେ କେବଳ ଆଇପିଏଲ ଖେଳୁଛନ୍ତି । ଏହି ଆଇପିଏଲ ତାଙ୍କର ଶେଷ ଆଇପିଏଲ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ ଏହି ଆଇପିଏଲରେ ଧୋନୀ ଚେନ୍ନାଇକୁ ବିଜୟୀ କରାଇବାକୁ ଚେଷ୍ଟା ଜାରି ରଖିବେ । ତେବେ ସେ ଆଇପିଏଲ ଆରମ୍ଭରୁ ଚେନ୍ନାଇ ପାଇଁ ଅଧିନାୟକତ୍ୱ କରିଆସୁଛନ୍ତି । ଗତ ଆଇପିଏଲରେ ମଧ୍ୟ ସେ ୧୫ ମ୍ୟାଚ ଖେଳି ୪୧୬ ରନ୍ କରିଥିଲେ । ଯେଉଁଥିରେ ୩ଟି ଅର୍ଦ୍ଧଶତକ ସାମିଲ ଅଛି । ଏହାସହ ଏଥିରେ ସେ ସର୍ବାଧିକ ୮୪ ରନ କରିଥିଲେ ।
ତେବେ ଏତେ ଦିନର ବିରତୀ ପରେ ଏବେ ଫ୍ୟାନ ମାନେ ଧୋନୀଙ୍କ ଖେଳକୁ ଦେଖିବାକୁ ବେଶ ଉତ୍ସାହିତ ଅଛନ୍ତି । ଧୋନୀ ଏହି ମ୍ୟାଚରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ସାମ୍ନା କରୁଛନ୍ତି । ଗତ ବର୍ଷ ଫାଇନାଲରେ ମୁମ୍ବାଇ ଚେନ୍ନାକୁ ପରାସ୍ତ କରି ବିଜୟୀ ହୋଇଥିଲା । ତେବେ ଏଥର ଚେନ୍ନାଇ ଏହି ପରାଜୟ ବଦଲା ନେବାକୁ ଚେଷ୍ଟା କରିବ ।