ପୁରୁଣା ଦିନର ସ୍ମୃତି ମନେ ପକାଇଲେ ମାହିଙ୍କ ପ୍ରଥମ କୋଚ୍: ସେୟାର କଲେ ଧୋନୀଙ୍କ ପୁରୁଣା ଦିନର ଫଟୋ

କନକ ନ୍ୟୁଜକୁ ସ୍ୱତନ୍ତ୍ର ପ୍ରତିକ୍ରିୟାରେ କହିଲେ, ଧୋନୀ ଆଉ କିଛି ଦିନ ଖେଳିବେ ବୋଲି ରଖିଥିଲେ ଆଶା

419

କନକ ବ୍ୟୁରୋ: ଫିଲ୍ମ ଏମ.ଏସ ଧୋନୀ ଦି ଅନଟୋଲ୍ଡ ଷ୍ଟୋରୀରେ ଆପଣ ଦେଖିଥିଲେ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଥମ କୋଚ କିଏ । ଆଉ ଅନ୍ତର୍ଜାତୀୟ କ୍ରିକେଟରୁ ଧୋନି ଅବସର ଘୋଷଣା କରିବା ପରେ ଧୋନୀଙ୍କ ପ୍ରଥମ କୋଚ ଚଂଚଲ ଭଟ୍ଟାଚାର୍ଯ୍ୟ ଗଣମାଧ୍ୟମରେ କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଧୋନୀଙ୍କ ସହିତ ଛିଡା ହୋଇଛନ୍ତି ଚଂଚଲ । ଧୋନି ଲମ୍ବା ଚୁଟି ରଖିଥିବା ସମୟରେ ଏହି ଫଟୋ ଉଠିଛି । ଏହି ଫଟୋ ସେୟାର କରି ଧୋନିଙ୍କ ପ୍ରଥମ କୋଚ ପୁରୁଣା ଦିନର ସ୍ମୃତିକୁ ମନେପକାଇ ଦେଇଛନ୍ତି । ଏଥିସହ କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି, ଧୋନୀ ଆଗାମି ଟି-୨୦ ବିଶ୍ୱକପ୍ ଖେଳି ଅବସର ନେବେ ବୋଲି ସେ ଆଶା ରଖିଥିଲେ । ହେଲେ ତାହା ହୋଇ ପାରିନି ।

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ମହେନ୍ଦ୍ର ସିଂ ଧୋନି । ତେବେ ସେ ଆଇପିଏଲରେ ନିଜର ଖେଳ ଜାରି ରଖିବେ । ଏବେ ସମସ୍ତଙ୍କ ମନରେ ଗୋଟିଏ ଅବସର ପରେ କଣ କରିବେ ଧୋନି । ଧୋନି କହିସାରିଛନ୍ତି, ବହୁ ପୂର୍ବରୁ  ସେ ତାଙ୍କର ଭବିଷ୍ୟ କାର୍ଯ୍ୟପନ୍ଥା ସ୍ଥିର କରିସାରିଛନ୍ତି । ଧୋନି ରାଂଚିର ଜବାହର ବିଦ୍ୟା ମନ୍ଦିରରେ ୧୦ ଶ୍ରେଣୀ ପାସ କରିବା ପରେ ବାଣିଜ୍ୟରେ ଇଂଟର ପାସ କରିଥିଲେ । କିନ୍ତ କ୍ରିକେଟରେ କ୍ୟାରିୟର ଯୋଗୁଁ ତାଙ୍କ ପାଠପଢା ଆଗକୁ ବଢିପାରିନଥିଲା । ଥରେ ସେ ଏକ ସାକ୍ଷାତକାରରେ କହିଥିଲେ , ଦଶମରେ ୬୬ ପ୍ରତିଶତ ଓ ଯୁକ୍ତ ଦୁଇରେ ୫୬ ପ୍ରତିଶତ ନମ୍ବର ରଖିଥିଲେ ।

୨୦୧୧ରେ ଧୋନି ଇଣ୍ଡିଆନ ଟେରିଟୋରିଆଲ ଆର୍ମିରେ ଲେଫଟନାଂଟ କର୍ଣ୍ଣେଲ ଭାବେ ଯୋଗଦେଇଥିଲେ । ଏହାପରେ ଧୋନି କହିଥିଲେ , ଭବିଷ୍ୟତରେ ଏହି ଦାୟିତ୍ୱ ଭଲଭାବେ ତୁଲାଇବେ । ଏହା ମାଧ୍ୟମରେ ଭବିଷ୍ୟତରେ ସେନାରେ କାମ କରିବାର ସ୍ୱପ୍ନ ପୂରଣ ହେବ । ଧୋନିଙ୍କ ସ୍ୱପ୍ନ ଥିଲା ସେନାରେ କାମ କରି ଦେଶସେବା କରିବା । ଏବେ ଭବିଷ୍ୟତରେ ଟେରିଟୋରିଆଲ ଆର୍ମିରେ ରହି ନିଜ ସ୍ୱପ୍ନ ପୂରଣ କରିବ ।