ନିଆଁ, ଧୂଆଁ ଆଉ ଧୋନୀ! ବର୍ତ୍ତିଗଲେ ଖେଳାଳି, ଜଳିଗଲା କିଟ୍

47

କନକ ବ୍ୟୁରୋ : ଅଳ୍ପକେ ବର୍ତ୍ତିଗଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଝାଡଖଣ୍ଡ ରଣଜୀ ଟିମ୍ । ଶୁକ୍ରବାର ଦିଲ୍ଲୀର ଦ୍ୱାରକା ସ୍ଥିତ ପାଂଚ ତାରକା ହୋଟେଲର ପଛ ଅଂଶରେ ନିଆଁ ଲାଗି ଯାଇଥିଲା । ଏହି ସମୟରେ ଧୋନୀ ଆଉ ତାଙ୍କ ସାଥୀ ଖେଳାଳି ହୋଟେଲରେ ରହୁଥିଲେ । ତେବେ ସମସ୍ତଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଥିଲା । ଏହାଛଡା ହୋଟେଲରେ ରହୁଥିବା ପ୍ରାୟ ୫୦୦ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

ଧୋନୀ ଝାଡଖଣ୍ଡ ପାଇଁ ବିଜୟ ହଜାରେ ଟ୍ରଫି ଖେଳିବା ପାଇଁ ଦିଲ୍ଲୀର ଏହି ହୋଟେଲରେ ରହୁଥିଲେ । ତେବେ ଏହି ଘଟଣା ପରେ ପଶ୍ଚିମବଙ୍କ ଓ ଝାଡଖଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ବାତିିଲ କରିଦିଆଯାଇଛି ।
ହୋଟେଲରେ ଲାଗିଥିବା ନିଆଁକୁ କିଛି ସମୟ ମଧ୍ୟରେ ଆୟତ୍ତ କରିଦିଆଯାଇଥିଲା । ହୋଟେଲ ପଛରେ ଥିବା ଏକ ମଲରେ ନିଆଁ ଲାଗିବା ପରେ ହୋଟେଲକୁ ବ୍ୟାପିଥିଲା । ଖେଳାଳି ମାନଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଥିବା ବେଳେ ଝାଡଖଣ୍ଡ ଖେଳାଳିଙ୍କ କିଟ୍ ବ୍ୟାଗ୍ ଜଳିଯାଇଥିବା ସୂଚନା ମିଳିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –