ଟିଭି ସୋ’ରେ ନଜର ଆସିବେ ଧୋନୀ । ମାହି କହିବେ ସେନାର ବୀର ଯବାନଙ୍କ ବୀରତ୍ୱର କାହାଣୀ ।

270

କନକ ବ୍ୟୁରୋ : ଟିଭି ସୋ’ରେ ନଜର ଆସିବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଯେଉଁଥିରେ ସେ ଦର୍ଶକଙ୍କୁ ଭାରତୀୟ ସେନାର ପୁରସ୍କୃତ ଅଧିକାରୀଙ୍କ କାହାଣୀ ଶୁଣାଇବେ । ତେବେ ଧୋନୀ ନିଜେ ଆର୍ମି ଟେରିଟୋରିଆଲରେ ପାରାଚ୍ୟୁଟ୍ ରେଜିମେଣ୍ଟରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଛନ୍ତି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଧୋନୀ ନିଜ ସୋରେ ‘ପରମବୀର ଚକ୍ର’ ଏବଂ ‘ଅଶୋକ ଚକ୍ର’ ପୁରସ୍କାର ବିଜେତା ବୀର ଯବାନଙ୍କ କାହାଣୀ କହିବେ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟିଭି ସିରିଜ୍ ସୈନ୍ୟ ଅଧିକାରୀଙ୍କ ନିଜସ୍ୱ କାହାଣୀ ତିଆରି କରିବ । ଧୋନୀ ନିଜ ସୋ ମାଧ୍ୟମରେ ଦେଶର ସେବା କରୁଥିବା ବୀର ଯବାନଙ୍କ କାହାଣୀ ସାରା ଦୁନିଆକୁ କହିବେ ।

ତେବେ ଏହି ସିରିଜର ସ୍କ୍ରିପ୍ଟ ପ୍ରସ୍ତୁତି ଚାଲିଥିବା ବେଳେ ଖୁବ ଶୀଘ୍ର ଏହାର ସୁଟିଂ କରାଯିବ ବୋଲି ସୂଚନା ମିଳିଛି । ବିଶ୍ୱକପ୍ ୨୦୧୯ ପରଠାରୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଦଳରୁ ବାହାରେ ଅଛନ୍ତି । ତେବେ ଆଗାମୀ ଦିନରେ କଣ ହେବ ଧୋନୀଙ୍କ କ୍ରିକେଟ୍ କ୍ୟାରିୟର, ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।