ବିସିସିଆଇ ଗ୍ରେଡେସନରୁ ଧୋନୀ ବାଦ୍ । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡର ଖେଳାଳି ଚୁକ୍ତି ତାଲିକାରୁ ବାଦ ପଡିଲେ ମହେନ୍ଦ୍ର ସିଂ ଧୋନୀ
କନକ ବ୍ୟୁରୋ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଗୁରୁବାର ଦିନ ଆଗାମୀ କ୍ରିକେଟ ଋତୁ ଲାଗି ଖେଳାଳି ଚୁକ୍ତି ତାଲିକା ଘୋଷଣା କରିଛି। ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ଖେଳାଳି ସୂଚୀରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନାମ ସାମିଲ ହୋଇନାହିଁ। ଏହା ବହୁ କ୍ରିକେଟ ପ୍ରେମୀଙ୍କୁ ସବୁଠାରୁ ଆଶ୍ଚର୍ଯ୍ୟ କରିଛି। ଗତ ବିଶ୍ବକପ ପର ଠାର ଭାରତୀୟ ଦଳରୁ ଦୂରେଇ ରହିଥିବା ଧୋନି କ’ଣ କ୍ରିକେଟରୁ ଅବସର ନେଇ ଗଲେ କି? କ୍ରିକେଟ ମହଲରେ ଏଭଳି ପ୍ରଶ୍ନ ଉଠିଛି। ଗତବର୍ଷ ତାଙ୍କୁ ଗ୍ରେଡ୍ ‘ଏ’ ଖେଳାଳି ଭାବେ ଚୁକ୍ତିବଦ୍ଦ କରାଯାଇ ସୂଚୀରେ ରଖାଯାଇଥିବା ବେଳେ ଚଳିତ ବର୍ଷ ଚୁକ୍ତି ତାଲିକାରୁ ତାଙ୍କୁ ବାଦ୍ ଦିଆଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
The BCCI announces the Annual Player Contracts for Team India (Senior Men) for the period from October 2019 to September 2020.
Saini, Mayank, Shreyas, Washington and Deepak Chahar get annual player contracts.
More details here – https://t.co/84iIn1vs9B #TeamIndia pic.twitter.com/S6ZPq7FBt1
— BCCI (@BCCI) January 16, 2020
ଗତବର୍ଷ ଭାରତୀୟ ଖେଳାଳିମାନଙ୍କୁ ଯେତିକି ଟଙ୍କା ମିଳିଥିଲା, ଚଳିତ ବର୍ଷ ତାହା ଅପରିବର୍ତ୍ତିତ ରହିଛି। ଜାରି ଚୁକ୍ତିବଦ୍ଧ ଖେଳାଳିଙ୍କ ତାଲିକାରେ ଗ୍ରେଡ୍ ‘ଏ+’ରେ ବିରାଟ କୋହଲୀ, ରୋହିତ ଶର୍ମା ଓ ଯଶପ୍ରୀତ୍ ବୁମରା ଥିବା ବେଳେ କେ ଏଲ୍ ରାହୁଲଙ୍କୁ ଗ୍ରେଡ-ବିରୁ ଉନ୍ନୀତ କରାଯାଇ ଗ୍ରେଡ-ଏରେ ସ୍ଥାନୀତ କରାଯାଇଛି। ଗ୍ରେଡ୍ ‘ଏ+’ରେ ଥିବା ତିନି ଖେଳାଳିଙ୍କୁ ବାର୍ଷିକ ୭କୋଟି ଟଙ୍କା ମିଳିବା ବେଳେ ଗ୍ରେଡ୍ ‘ଏ’ରେ ଥିବା ଖେଳାଳିମାନଙ୍କୁ ୫କୋଟି ଟଙ୍କା ମିଳିବ। ସେହିପରି ଗ୍ରେଡ୍ ‘ବି’ର ଖେଳାଳିମାନଙ୍କୁ ୩କୋଟି ଓ ଗ୍ରେଡ୍ ‘ସି’ ଖେଳାଳିମାନଙ୍କୁ ୧କୋଟି ଟଙ୍କା ମିଳିବ।
ସୂଚନା ମୁତାବକ, ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ବାର୍ଷିକ ଚୁକ୍ତି ତାଲିକାର ସମୟସୀମା ଅକ୍ଟୋବର ୨୦୧୯ରୁ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ରହିବ।