ଅମ୍ପାୟାରଙ୍କ ନିଷ୍ପତ୍ତିରେ ରାଗିଗଲେ କ୍ୟାପଟେନ୍ କୁଲ୍ ! ଆଇପିଏଲ୍ ମ୍ୟାଚ୍ ମଝିରେ ମଇଦାନକୁ ଓହ୍ଲାଇ ଅମ୍ପାୟାରଙ୍କ ସହ କଲେ ଯୁକ୍ତିତର୍କ,ଲାଗିଲା ଜୋରିମାନା ।

2,943

ଚଳିତ ଆଇପିଏଲର ୨୫ ତମ ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସ୍ ବିଜୟ ହାସଲ କରିଥିଲେ ମଧ୍ୟ କ୍ୟାପଟେନ୍ ମହିନ୍ଦ୍ରା ସିଂହ ଧୋନିଙ୍କ ଆଚାର ସଂହିତା ଉଲ୍ଲଘଂନକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । ଜୟପୁରରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସ୍ ର ମ୍ୟାଚ୍ ପରେ ଧୋନିଙ୍କ ଉପରେ ୫୦ ପ୍ରତିଶତ ଜୋରିମାନା ଲାଗିଥିଲା । ଆଇପିଏଲ୍ ଆଚାର ସଂହିତା ଅନୁଚ୍ଛେଦ ୨.୨୦ ଅନୁସାରେ ଲେବଲ୍ ୨ ର ଅପରାଧ ସ୍ୱୀକାର କରାଯାଇଥିଲା । ଏହା ଖେଳ ଭାବନାର ବିପରୀତ ଆଚରଣ ସହ ଜଡିତ ଅଛି ।

ତେବେ ରାଜସ୍ଥାନ ରୟାଲ୍ସ ମ୍ୟାଚ୍ ସମୟରେ ଅମ୍ପାୟାରର ଅନ୍ତିମ ଓଭରରେ ଏକ ଭୁଲ୍ କରିଦେଲେ ଯେଉଁଥିରେ ତାଙ୍କୁ ଶେଷରେ ଧୋନିଙ୍କ କ୍ରୋଧର ଶିକାର ହେବାକୁ ପଡିଥିଲା । ମ୍ୟାଚ୍ ର ଅନ୍ତିମ ଓଭର୍ ରେ ତୃତୀୟ ବଲରେ ଧୋନିଙ୍କ ଆଉଟ୍ ହେବା ପରେ ସିଏସକେକୁ ବିଜୟ ହାସଲ କରିବା ପାଇଁ ୩ ବଲରେ ୮ ରନର ଆବଶ୍ୟକତା ଥିଲା । ଧୋନିଙ୍କ ଆଉଟ୍ ହେବା ପରେ ମିଶେଲ୍ ସେଣ୍ଟନର୍ ବ୍ୟାଟିଙ୍ଗ୍ ପାଇଁ ଆସିଥିଲେ । ରାଜସ୍ଥାନ ରୟାଲ୍ସର ବୋଲର୍ ବେନ୍ ଷ୍ଟୋକ୍ସ ବଲ୍ ପକାଉଥିବା ସମୟରେ ୪ ର୍ଥ ବଲ୍ ରେ ମିଶେଲଙ୍କୁ ପକାଇଥିବା ବଲରେ ସେ ୨ ରନ୍ ନେଇଥିଲେ । ସେତେବେଳେ ଷ୍ଟୋକ୍ସଙ୍କ ଏହି ବଲକୁ ଅମ୍ପାୟାର୍ ନୋ ବଲ୍ ବୋଲି କହିଥିଲେ । କିନ୍ତୁ ଏହାର ତୁରନ୍ତ ପରେ ହିଁ ସେ ପୂର୍ବ ନିଷ୍ପତ୍ତିକୁ ମନା କରିଦେଇଥିଲେ । ଏହି ନିଷ୍ପତ୍ତି ପରେ ଧୋନି ରାଗି ଯାଇ ପିଚ୍ ଉପରକୁ ଚାଲିଗଲେ ଏବଂ ଖେଳ ମଧ୍ୟରେ ହିଁ ଧୋନିଙ୍କ ସହ ଅମ୍ପାୟାରଙ୍କ ଯୁକ୍ତିତର୍କ ହେବାକୁ ଲାଗିଲା ।