ଆଇସିସି ବିଶ୍ୱକପ୍ ୨୦୧୯ ରେ ଭାରତର ବିଜୟ ଅଭିଯାନ ଜାରି ରହିଛି । ଆଫଗାନିସ୍ତାନ ବିରୋଧରେ କଠିନ ବିଜୟ ପରେ କୋହଲିଙ୍କ ଟିମ୍ ୱେଷ୍ଟଇଣ୍ଡିଜ୍ ଉପରେ ଏକତରଫା ବିଜୟ ହାସଲ କରିଛନ୍ତି ଏବଂ ଏହା ସହ ଟିମର ସବୁଠାରୁ ବରିଷ୍ଠ ଖେଳାଳୀ ଏମଏସ୍ ଧୋନୀଙ୍କ ଉପରେ ଆଲୋଚନା କରୁଥିବା ଲୋକଙ୍କୁ ମଧ୍ୟ ଉଚିତ୍ ଜବାବ୍ ମିଳିଯାଇଛି । ଆଫଗାନିସ୍ତାନ ବିରୋଧରେ କ୍ଷୀପ୍ର ବ୍ୟାଟିଙ୍ଗ୍ ପାଇଁ ଧୋନୀଙ୍କୁ ପ୍ରଶଂସକ ସମେତ କ୍ରିକେଟ୍ ବିଶେଷଜ୍ଞଙ୍କ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାକୁ ପଡିଥିଲା । ଏହାପରେ କୋହଲି ୱେଷ୍ଟଇଣ୍ଡିଜ୍ ରେ ମିଳିଥିବା ୧୨୫ ରନ୍ ର ବିଜୟରେ ଧୋନିଙ୍କୁ ମ୍ୟାଚ୍ ର ୱିନର୍ ବୋଲି କହିଥିଲେ ।
ଧୋନି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୬୧ ବଲରେ ୫୬ ରନ୍ କରିଥିଲେ । ଅନ୍ୟପକ୍ଷରେ ଆଫଗାନିସ୍ତାନ ବିପକ୍ଷରେ ୫୨ ବଲରେ ୨୮ ରନ୍ କରିଥିଲେ । ଧୋନିଙ୍କ ଏଭଳି ଖେଳରେ ମାଷ୍ଟରବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ମଧ୍ୟ ଖୁସି ନଥିବା କଥା ଜାହିର କରିଥିଲେ । କିନ୍ତୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍ କୋହଲୀ କହିଛନ୍ତି ଧୋନି ଜାଣିଛନ୍ତି ଯେ କେଉଁ ସମୟରେ କିଭଳି ଭାବେ ପିଚ୍ ରେ ପ୍ରଦର୍ଶନ କରିବେ । ଯେତେବେଳେ ତାଙ୍କ ଦିନ ଖରାପ ହୋଇଥାଏ ଲୋକମାନେ ତାଙ୍କ ବିଷୟରେ ଆଲୋଚନା କରିବା ଆରମ୍ଭ କରିଦିଅନ୍ତି । ସେ ନିଜ ଦମରେ ଅନେକ ଖେଳକୁ ଜିତାଇଛନ୍ତି । କୋହଲି କହିଥିଲେ ଯେ ଧୋନି ଭଲଭାବରେ ଜାଣିଛନ୍ତି ଯେ ନିମ୍ନକ୍ରମର ବ୍ୟାଟ୍ସମ୍ୟାନ୍ ଙ୍କ ସହ କିଭଳି ଭାବେ ବ୍ୟାଟିଙ୍ଗ୍ କରିବା ଆବଶ୍ୟକ । ଯେତେବେଳେ ଖେଳ ଶେଷରେ ୧୫ ରୁ ୨୦ ରନ୍ ର ଆବଶ୍ୟକତା ପଡେ ସେତେବେଳେ ସେ ଏହିଭଳି ଭାବେ ଖେଳିଥାନ୍ତି । ତାଙ୍କ ଅନୁଭବ ୧୦ ରୁ ୮ ମ୍ୟାଚରେ କାମ ଆସିଥାଏ ।
କ୍ୟାପଟେନ୍ କୋହଲି କହିଥିଲେ ଯେ ଆମକୁ ଲାଗିଥିଲା ୨୫୦ ରନ୍ ପର୍ଯ୍ୟନ୍ତ ଆମ ଟିମ୍ ଖେଳିପାରିବ କିନ୍ତୁ ଅନ୍ତିମରେ ଧୋନିଙ୍କ ଦ୍ୱାରା ଖେଳାଯାଇଥିବା ଦୁଇଟି ଛକା ଟିମକୁ ଜିତାଇ ଆମ ମନୋବଳକୁ ବଢାଇ ଦେଇଥିଲା ଏବଂ ଭାରତ ୨୭୦ ପର୍ଯ୍ୟନ୍ତ ରନ୍ କରିଦେଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/KOHILI.jpg)
/kanak/media/post_attachments/wp-content/uploads/2019/06/b10f0714-81df-11e9-a01d-9b31871e8d95-300x169.jpg)
/kanak/media/post_attachments/wp-content/uploads/2019/06/1559057287-Kohli_Dhoni_reaction-300x225.jpg)