ପଡିଆରେ ଧୋନୀ ମାରୁଛନ୍ତି ବଡ ବଡ ଛକା । ମ୍ୟାଚ୍ ପୂର୍ବରୁ ଭିଡ଼ିଓ ସେୟାର କଲା ଚେନ୍ନାଇ ଟିମ୍ ।

159

କନକ ବ୍ୟୁରୋ : ଏଥର ଆଇପିଏଲରେ ପୁଣି ଦେଖିବାକୁ ମିଳିପାରେ ଧୋନୀଙ୍କ ଚମକ । ଧୋନୀଙ୍କ ବ୍ୟାଟରୁ ଦେଖିବାକୁ ମିଳିପାରେ ବଡ ବଡ ଛକା । ଆଉ ଏହାର ଝଲକ ପ୍ରାକ୍ଟିସ ସେସନରେ ଦେଖିବାକୁ ମିଳିଲାଣି । ଚେନ୍ନାଇ ସୁପର କିଙ୍ଗସର ପ୍ରାକ୍ଟିସ ସେସନରେ ଧୋନୀଙ୍କ ବ୍ୟାଟରୁ ବିଶାଳ ଛକା ଦେଖିବାକୁ ମିଳଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଆସନ୍ତା ୧୯ ତାରିଖରୁ ୟୁଏଇରେ ଖେଳାଯିବାକୁ ଥିବା ଆଇପିଏଲର ବଳକା ମ୍ୟାଚ୍ ଆରମ୍ଭ ହେବ । ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ-ମୁମ୍ବାଇ ।  ଚେନ୍ନାଇ ଟିମ୍ ୟୁଏଇରେ ପହଞ୍ଚି ପ୍ରାକ୍ଟିସ ଆରମ୍ଭ କରିଥିବା ବେଳେ ଧୋନୀ ଲମ୍ବା ସମୟ ଧରି କ୍ରିଜରେ ପ୍ରାକ୍ଟିସ କରୁଥିବାର ଦେଖିବାକୁ ମିଳିଛି ।

ଚେନ୍ନାଇ ସୁପର କିଙ୍ଗସର ଅଫିସିଆଲ ସୋସିଆଲ ମିଡ଼ିଆ ପେଜରୁ ଯେଉଁ ଭିଡ଼ିଓ ସେୟାର କରାଯାଇଛି ସେଥିରେ ଧୋନୀ ଧୂଆଁଧାର ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଛି ।ଭିଡ଼ିଓରେ ଧୋନୀ,ରୈନା,ୠତୁରାଜ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଛି । ସେହିଭଳି ଦୀପକ ଚହର ବୋଲିଂ କରୁଥିବା ବେଳେ ଧୋନୀ ବଡ ବଡ ସଟ୍ ମାରୁଥିବାର ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Chennai Super Kings (@chennaiipl)

ଚଳିତ ଆଇପିଏଲରେ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଦମଦାର ପ୍ରଦର୍ଶନ କରିଛି । କରୋନା ପାଇଁ ଆଇପିଏଲ ସ୍ଥଗିତ ହୋଇଥିଲେ ମଧ୍ୟ ଏବେ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଚେନ୍ନାଇ । ଏହାଛଡା ଚେନ୍ନାଇ ୩ ଥର ଆଇପିଏଲ ଚାମ୍ପିୟନ ହୋଇଛି । ତେବେ ଗତ ଆଇପିଏଲରେ ଏତେଟା ଭଲ ପ୍ରଦର୍ଶନ କରିପାରିନଥିଲା ଚେନ୍ନାଇ । ୧୪ଟି ମ୍ୟାଚରୁ ମାତ୍ର ୬ଟି ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ତାଲିକାର ୭ମ ସ୍ଥାନରେ ରହିଥିଲା ଚେନ୍ନାଇ । ତେଣୁ ଚଳିତ ଆଇପିଏଲରେ ପୁଣିଥରେ ଚାମ୍ପିୟନ ଟାଇଟଲ ଦଖଲ କରିବା ଲକ୍ଷ୍ୟରେ ରହିଛି ଚେନ୍ନାଇ । ଆଉ ଏଥିପାଇଁ ଦଳର ପ୍ରତ୍ୟେକ ଖେଳାଳୀ ଜୋରଦାର ପରିଶ୍ରମ କରୁଛନ୍ତି । ଏହାପୂର୍ବରୁ ଚେନ୍ନାଇ ଟିମ୍ ପକ୍ଷରୁ ଯେଉଁ ଭିଡ଼ିଓ ସେୟାର କରାଯାଇଥିଲା ସେଥିରେ ମଧ୍ୟ ଧୋନୀ ବଡ ବଡ ଛକା ମାରୁଥିବାର ଦେଖିବାକୁ ମିଳିଥିଲା ।

୧୯ ସେପ୍ଟେମ୍ବରରୁ ୧୫ ଅକ୍ଟୋବର ଯାଏଁ ଖେଳାଯିବ ଆଇପିଏଲର ବଳକା ମ୍ୟାଚ୍ । ୟୁଏଇର ୩ଟି ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ । ୧୫ ଅକ୍ଟୋବରରେ ଫାଇନାଲ ମ୍ୟାଚ୍ ଖେଳାଯିବ । ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସ ରହିଛି । ଦିଲ୍ଲୀ ୮ଟି ମ୍ୟାଚରୁ ୬ଟି ଜିତି ତାଲିକାର ଶୀର୍ଷରେ ରହିଛି ।