ଆଇପିଏଲ୍ ଟକ୍କର: ଟସ୍ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଦିଲ୍ଲୀ ।

75

କନକ ବ୍ୟୁରୋ: ଆଉ କିଛି ସମୟ ପରେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଚେନ୍ନାଇ-ଦିଲ୍ଲୀ ମଧ୍ୟରେ ଆଇପିଏଲର ଦମଦାର ମ୍ୟାଚ । ତେବେ ଏହା ପୂର୍ବରୁ ଟସ୍ ଜିତି ଚେନ୍ନାଇ ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଚେନ୍ନାଇ ପାଖରେ ବୋଲିଂ ଅର୍ଡର ଭଲ ଥିବାରୁ ଦଳ ଦିଲ୍ଲୀକୁ କମ୍ ରନରେ ରୋକିବାକୁ ଲକ୍ଷ୍ୟ ରଖିବ ।

ଚେନ୍ନାଇ ଦଳର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ରାଜସ୍ଥାନ ବିପକ୍ଷରେ ଖେଳାଯାଇଥିବା ପୂର୍ବ ମ୍ୟାଚର ତ୍ରୁଟିକୁ ସୁଧାରି ଏଥର ଦଳକୁ ନୂଆ ରଣନୀତି ସହ ପଡ଼ିଆକୁ ଓହ୍ଲାଇଥିବା କହିଛନ୍ତି । ତେବେ ଦଳରେ ଇନଫର୍ମ ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁପ୍ଲେସିସଙ୍କ ଉପରେ ଆଜିର ମ୍ୟାଚ୍ ଅଧିକ ଗୁରୁତ୍ୱ ବହନ କରୁଛି । ସେପଟେ ୱାଟସନଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ ।

ଏପଟେ ଦିଲ୍ଲୀ ନିଜର ପ୍ରଥମ ମ୍ୟାଚରେ ପଞ୍ଜାବ ଭଳି ଦଳକୁ ହରାଇ ମନୋବଳ ଦୃଢ଼ ରଖିଛି । ଯୁବ ଖେଳାଳୀପୂର୍ଣ୍ଣ ଏହି ଦଳ ଆଜିର ମ୍ୟାଚ୍ ବା ଚେନ୍ନାଇ ବିପକ୍ଷରେ ସମାନ ରଣନୀତି ସହ ପଡ଼ିଆକୁ ଓହ୍ଲାଇବ ବୋଲି ପ୍ରଶଂସକ ମାନେ ଆଶା ରଖିଛନ୍ତି ।