କନକ ବ୍ୟୁରୋ:ଇଣ୍ଡିଆନ୍ ପ୍ରିମିଅର ଲିଗ୍ (ଆଇପିଏଲ)ରେ ବଡ ଧରଣର ଅଦଳବଦଳି ହୋଇଛି । ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ମହେନ୍ଦ୍ର ସିଂ ଧୋନୀ । ଏବଂ ତାଙ୍କର ସ୍ଥାନ ନେଇଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜଡେଜା ।
📑 Official Statement 📑#WhistlePodu #Yellove 💛🦁 @msdhoni @imjadeja
— Chennai Super Kings (@ChennaiIPL) March 24, 2022
ଗତ ଅକ୍ସନରେ ଚେନ୍ନାଇ ଟିମ୍ ଧୋନୀ ଓ ଜଡେଜାଙ୍କ ସମେତ ୪ ଖେଳାଳିଙ୍କୁ ରିଟେନ୍ କରିଥିଲା । ଜଡେଜାଙ୍କୁ ଫ୍ରାନଚାଇଜ୍ ୧୬ କୋଟି ଟଙ୍କାରେ ରିଟେନ୍ କରିଥିବାବେଳେ ଧୋନୀଙ୍କୁ ୧୨ କୋଟିରେ ରିଟେନ୍ କରିଥିଲା ଚେନ୍ନାଇ ଟିମ୍ । ତେଣୁ ଆରମ୍ଭ ରୁ ହିଁ ସୁରାକ ମିଳିଯାଇଥିଲା ଯେ, ଧୋନୀ ନୁହଁନ୍ତି ବରଂ ଜଡେଜା ହୋଇପାରନ୍ତି ଦଳର କ୍ୟାପ୍ଟେନ୍ । ଏମାନଙ୍କ ବ୍ୟତୀତ ମୋଇନ ଅଲିଙ୍କୁ ୮ କୋଟି ଓ ଋତୁରାଜଙ୍କୁ ୬ କୋଟିରେ କିଣିଥିଲା ଦଳ ।