ମାହିଙ୍କ ଉପରେ ଖପ୍ପା ହେଲେ ଫ୍ୟାନ୍ସ ! କହିଲେ ଧୋନିଙ୍କ ଠାରୁ ଏଭଳି ଆଶା ନଥିଲା ।

409

ଏକ୍ସବାଷ୍ଟନ ଲଢେଇର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ଶେଷ ୧୦ ଓଭର । ଏହି ୧୦ ଓଭରରେ ଟିମ ଇଣ୍ଡିଆକୁ ଦରକାର ଥିଲା ୧୦୪ ରନ । ଆଉ କ୍ରିଜରେ ଥିଲେ ମ୍ୟାଚ ଫିନିସର ଧୋନୀ । ଧୋନୀଙ୍କ ପାଇଁ ପୁରା ପ୍ଲାଟଫର୍ମ ତିଆରି ହୋଇସାରିଥିଲା । କେବଳ ଭଲ ସ୍କୋର କରି ଗେମକୁ ଫିନିସ କରିବାର ଥିଲା । କିନ୍ତୁ ସେମିତି କିଛି ହୋଇପାରିଲା ନାହିଁ । ସ୍କୋର ଆଶାନୁରୁପ ଭାବେ ଆଗକୁ ବଢିପାରିଲାନାହିଁ । ୧୮ ବଲରେ ଭାରତକୁ ଦରକାର ପଡିଲା ୫୭ ରନ । ଶେଷରେ ଭାରତ ୫ ୱିକେଟ ହରାଇ ୩୦୬ ରନ ହିଁ କରିପାରିଥିଲା । ଆଉ ୩୧ ରନରେ ଜିତିଲା ଇଂଲଣ୍ଡ । ଗତ ୨୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏହିପରି ବିଜୟ ହାସଲ କଲା ଇଂଲଣ୍ଡ । ଆଉ ଏହି ବିଜୟ ହିଁ ଇଂଲଣ୍ଡ ଦଳ ପାଇଁ ସେମିଫାଇନାଲ ଖେଳିବାର ଆଶାକୁ ଉଜ୍ଜୀବିତ କରିଛି । ସେପଟେ ୩୩୮ ରନ ଚେଜ କରିବା ଭାରତ ପାଇଁ ଏତେଟା ସହଜ ନଥିଲା ।

ତେବେ ଧୋନୀଙ୍କ ଅପରାଜିତ ଇନିଂସ ଫ୍ୟାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିବା ସହ ମତଭେଦ ସୃଷ୍ଟି କରିଛି । କିଛି ଫ୍ୟାନଙ୍କ କହିବା ହେଲା , ଧୋନୀଙ୍କ ପାଖରେ ସେପରି ଉଚ୍ଚକୋଟୀର କ୍ଷମତା ରହିଥିବାରୁ ଜଣେ ମ୍ୟାଚ ଫିନିସର ଭାବେ ଜଣାଶୁଣା ଧୋନୀ । ପ୍ରାୟ ୫୦ ଟି ମ୍ୟାଚରୁ ୪୭ ଟି ମ୍ୟାଚରେ ଧୋନୀ ଅପରାଜିତ ରହି ଟିମ ଇଣ୍ଡିଆକୁ ଜିତାଇବାର ନଜର ରହିଛି । ଆଉ କିଛି ଫ୍ୟାନ କହିଛନ୍ତି ଧୋନୀଙ୍କ ଭଳି ଜଣେ ଫିନିସର ଶେଷ ଓଭର ଗୁଡିକରେ ବ୍ୟାଟିଂ କରିବା ସମୟରେ ଷ୍ଟ୍ରଗଲ କରୁଥିବା ନଜରକୁ ଆସିଥିଲେ । ଧୋନୀଙ୍କ ଠାରୁ ଏକ ବଡ ଇନିଂସ ଆଶା କରାଯାଉଛି ଏବଂ ଆଶା କରିବା ତାହା ଏହି ବିଶ୍ୱକପ ଶେଷ ସରିବା ପୂର୍ବରୁ ଦେଖିବାକୁ ମିଳିବ ।