କ୍ରିକେଟରରୁ କୃଷକ ଆଡକୁ ମନବଳାଇଲେ କ୍ୟାପଟେନ୍ କୁଲ୍ : ପ୍ରଥମେ ଭାରତୀୟ ସେନାରେ ଯବାନ୍ ଏବେ କିଷାନ୍ , ନୂଆ ଅନ୍ଦାଜରେ ପ୍ରଶଂସକଙ୍କ ମନ ଜିଣିଲେ ମାହି । ଦେଖନ୍ତୁ ଭିଡ଼ିଓ

2,161

କ୍ୟାପଟେନ୍ କୁଲଙ୍କ ନୂଆଁ ଅନ୍ଦାଜ୍ । ହାତରେ ଟ୍ରାକ୍ଟରର ଷ୍ଟିୟରିଂ ଧରି ଜମିରେ ଚାଷ କରୁଛନ୍ତି ମାହି । କ୍ରିକେଟରରୁ କୃଷକ ଆଡକୁ ମନବଳାଇଛନ୍ତି ଧୋନି । ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନୂତନ ନିଶା ପାଲଟିଛି କୃଷି । ପ୍ରାୟ ବର୍ଷେ ଧରି ନିଜକୁ କ୍ରିକେଟ୍ ଠାରୁ ଦୂରେଇ ରଖିଥିବା ଧୋନି ଶେଷଥର ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ । ୨୦୧୯ ବିଶ୍ୱକପ୍ ସେମିଫାଇନାଲରେ ଖେଳିବା ପରେ ତାଙ୍କୁ ଆଉ ତାଙ୍କର ପ୍ରିୟ ୨୨ ଗଜର କ୍ରିକେଟ୍ କ୍ରିଜ୍ ଭିତରେ ଦେଖିବାର ସୁଯୋଗ ପାଇନାହାନ୍ତି ପ୍ରଶଂସକ । ତଥାପି କୌଣସି ନା କୌଣସି କାରଣରୁ କ୍ୟାପଟେନ୍ କୁଲ୍ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

 

View this post on Instagram

 

Exclusive Video Of Mahi Bhaiya Enjoying Doing Organic Farming !! ❤

A post shared by MS Dhoni Fans Club (@dhoni.bhakt) on

ଧୋନିଙ୍କୁ ଆଉ କ୍ରିକେଟ୍ ମଇଦାନରେ ଦେଖିବାକୁ ମିଳିବ ନା ନାହିଁ ଏନେଇ ଫ୍ୟାନ୍ସଙ୍କ ମଧ୍ୟରେ ଅନେକ କଳ୍ପନାଜଳ୍ପନା ଲାଗିରହିଛି । ଶୁଣାଯାଉଛି ଯେ ଟିମ୍ ଇଣ୍ଡିଆ ପାଇଁ ନଖେଳିଲେ ମଧ୍ୟ ୨୦୨୦ ଆଇପିଏଲ୍ ଲିଗରେ ଚେନ୍ନାଇ ସୁପର୍ କିଙ୍ଗସର କ୍ୟାପଟେନ୍ କୁଲ୍ ଛକା ଚଉକା ଲଗାଇ ଫ୍ୟାନ୍ସଙ୍କୁ ଦିୱାନା କରିବେ । ତେବେ ଏନେଇ ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋଭିଡ଼୍ – ୧୯ କାରଣରୁ ଦୁଇ ଦୁଇଥର ସ୍ଥଗିତ ହୋଇଥିବା ଆଇପିଏଲ୍ ଲିଗ୍ ଆଗକୁ ହେବ କି ନାହିଁ ତାହା ସନ୍ଦେହ ଘେରରେ ଅଛି । ଏଭଳି ଅନିଶ୍ଚିତତା ଭିତରେ ମାହିଙ୍କ ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି । ଯାହା ତାଙ୍କ ପ୍ରଶଂସକଙ୍କୁ ଖୁବ୍ ଆନନ୍ଦ ଦେଇଛି । ୨୨ ଗଜର ପଡିଆକୁ ଛାଡ଼ି ମାହିଙ୍କୁ ୨୨ ଏକରର ଜମିରେ ଚାଷ କରୁଥିବା ଦେଖୁବାକୁ ମିଳିଛି । ଜନ୍ମସ୍ଥାନ ରାଞ୍ଚି ସ୍ଥିତ ନିଜ ଫାର୍ମହାଉସରେ ଟ୍ରାକ୍ଟର ଚଳାଇ ଜୈବଚାଷ କରୁଛନ୍ତି ଧୋନି । ପୂର୍ବରୁ ଭାରତୀୟ ସେନାରେ ଯବାନ୍ ଆଉ ଏବେ କିଷାନ୍ । ଧୋନିଙ୍କ ଏଭଳି ସଉକ୍ ଦେଖି ଫ୍ୟାନ୍ସମାନେ ଆହୁରି ତାଙ୍କ ନିକଟତର ହେଉଛନ୍ତି । ଆଉ ନିଜ ପ୍ରିୟ କ୍ରିକେଟରଙ୍କୁ ଏଭଳି ନୂଆ ଅନ୍ଦାଜରେ ଦେଖି ଖୁବ୍ ଖୁସି ହୋଇଛନ୍ତି ପ୍ରଶଂସକ ।