ମହେନ୍ଦ୍ର ସିଂହ ଧୋନି ଆଜିକାଲି ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । କ୍ରିକେଟ୍ ରୁ ମିଳୁଥିବା ବ୍ରେକରେ ସେ ନିଜ ଝିଅ ଜିଭା ସହ ବିତାଉଛନ୍ତି । ଜିଭା ସହ ବିତାଇଥିବା ସବୁ ମସ୍ତିଭରା ଭିଡିଓ ସେ ସୋସିଆଲ୍ ମିଡିଆରେ ଛାଡୁଛନ୍ତି । ବର୍ତ୍ତମାନ ଉଭୟ ବାପ ଝିଅଙ୍କ ଡ୍ୟାନ୍ସିଙ୍ଗ୍ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡିଓରେ ମାହି ଜିଭାଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି । ଝିଅ ଜିଭା ପ୍ରଥମେ ଡ୍ୟାନ୍ସ ଷ୍ଟେପ୍ କରୁଥିବା ବେଳେ ମାହି ଜିଭାଙ୍କୁ ନକଲ କରୁଛନ୍ତି ।
କିଛି ସମୟ ହେଲା ଧୋନି ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ ହେବା ସହ ଝିଅ ଜିଭା ସହ ମଧ୍ୟ ମସ୍ତି କରୁଥିବା ନଜର ଆସିଛନ୍ତି । ଏହା ପୂର୍ବରୁ ଏମ୍.ଏସ୍ ଧୋନି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଜିଭା ସହ ତାମିଲ ଏବଂ ଭୋଜପୁରୀ ଭାଷାରେ କଥା ହେଉଥିବା ନଜର ଆସିଥିଲା । ଏହି ଭିଡିଓକୁ ମଧ୍ୟ ପ୍ରଶଂସକ ଖୁବ୍ ପସନ୍ଦ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/DHONI.jpg)