ଶୂନରୁ ଶ୍ରେଷ୍ଠ ଧୋନି : ରାଞ୍ଚିର ଛୋଟ ସହରରୁ ଛକା, ଚୌକାର ଛତ୍ରପତି ହେବାର ଯାତ୍ରା । ଶୂନରୁ କ୍ୟାରିୟର ଆରମ୍ଭ କରିଥିବା ମାହି, ମହାନାୟକ ଭାବେ କ୍ରିକେଟକୁ କରିଛନ୍ତି ବାଏ ବାଏ । ହୃଦୟରେ ରହିବ ହେଲିକପ୍ଟର ସଟ୍ ।

Advertisment
ଶୂନରୁ ଶ୍ରେଷ୍ଠ ଧୋନି : ରାଞ୍ଚିର ଛୋଟ ସହରରୁ ଛକା, ଚୌକାର ଛତ୍ରପତି ହେବାର ଯାତ୍ରା । ଶୂନରୁ କ୍ୟାରିୟର ଆରମ୍ଭ କରିଥିବା ମାହି, ମହାନାୟକ ଭାବେ କ୍ରିକେଟକୁ କରିଛନ୍ତି ବାଏ ବାଏ । ହୃଦୟରେ ରହିବ ହେଲିକପ୍ଟର ସଟ୍ ।

କନକ ବ୍ୟୁରୋ: ଅବ ରାଜା କା ବେଟା ରାଜା ନେହିଁ ବନେଗା, ଅବ୍ ରାଜା ୱହି ବନେଗା ଜୋ ହକଦାର ହୋଗା... ସିନେମା ସୁପର ୩୦ର ଏହି ଡାଇଲଗ ଧୋନୀଙ୍କ କ୍ରିକେଟ କ୍ୟାରିୟର ସହ ଜଡିତ କହିଲେ ଅତ୍ୟୁକ୍ତି ହେବନି । କାରଣ ଶୂନର କ୍ୟାରିୟର ଆରମ୍ଭ କରିଥିବା ଧୋନୀ ଯେ ବିଶ୍ୱର ବେଷ୍ଟ ମ୍ୟାଚ୍ ଫିନିସର ବନିବେ ଆଉ ସମସ୍ତଙ୍କ ମନରେ ଛାପ ଛାଡିଯିବେ ତାହା କେହି କଳ୍ପନା କରିନଥିଲେ । ଦୀର୍ଘ ୧୫ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ଆଜି ବ୍ରେକ ଲଗାଇଛନ୍ତି ଧୋନୀ । ଆଉ କ୍ରିକେଟକୁ କହିଛନ୍ତି ଅଲବିଦା । ଯଦିଓ ଧୋନୀ ଆଇପିଏଲ ଖେଳିବେ କିନ୍ତୁ ଆନ୍ତର୍ଜାତୀୟ ମ୍ୟାଚରେ ମାହି ମାର୍ ରାହା ହୈର ସେ ନାରା ଆଉ ଶୁଣିବାକୁ ମିଳିବନି...

ରାଞ୍ଚି ଭଳି ଏକ ଛୋଟ ସହରରୁ ଟିକେଟ୍ କଲେକ୍ଟର ହୋଇ କ୍ରିକେଟ ମୈଦାନକୁ ଓହ୍ଲାଇ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ କୁଲ ହେବା ଆଉ କ୍ରିକେଟ ଦୁନିଆର ବେତାଜ ବାଦଶାହା ବନିବା ଛୋଟ କଥା ନୁହେଁ । କାରଣ ୨୦୦୪ରେ ବାଲାଂଦେଶ ବିପକ୍ଷରେ ପ୍ରଥମ ଡେବ୍ୟୁ କରିଥିଲେ ଧୋନୀ । କ୍ୟାରିଅରର ପ୍ରଥମ ମ୍ୟାଚରେ ୭ ନମ୍ବର ବ୍ୟାଟ୍ସମ୍ୟାନ ଭାବେ ଖେଳିବାକୁ ଆସି ପ୍ରଥମ ବଲରେ ରନଆଉଟ ହୋଇ ପାଭିଲିୟନକୁ ଫେରିଯାଇଥିଲେ ମାହି । ପ୍ରଥମ ମ୍ୟାଚରେ ଶୂନରେ ଆଉଟ ହୋଇଥିବା ଏ ଖେଳାଳୀ ବୋଧେ ସେବେଠାରୁ ନିଜ ଜର୍ସିରେ ୭ ନମ୍ବରକୁ ଲକି ଭାବେ ଭାବିଛନ୍ତି । କାରଣ ଶୂନରୁ କ୍ୟାରିଅର କରିଥିବା ଧୋନୀ ଆଜି ସାରା ବିଶ୍ୱର ଜଣେ ଧୁଆଁଧାର ବ୍ୟାଟ୍ସମ୍ୟାନ ଭାବେ ପରିଚିତ । ଆଉ ଶୂନରେ ରନ ଆଉଟ ହୋଇ କ୍ରିକେଟ ଯାତ୍ରା କରିଥିବା ମାହି ୨୦୧୯ ବିଶ୍ୱକପରେ ବି ରନ ଆଉଟ ହୋଇ ନିଜ ଆନ୍ତର୍ଜାତୀୟ କ୍ୟାରିଅରରେ ଶେଷ ଗାର ଟାଣିଥିଲେ ।

ପିଲାବେଳୁ ବ୍ୟାଡମିଣ୍ଟନ ଓ ଫୁଟବଲ ଖେଳ ପ୍ରତି ଆଗ୍ରହୀ ଥିବା ଧୋନୀ ଫୁଟବଲ ଟିମରେ ଗୋଲକିପର ରହି ଭଲ ପ୍ରଦର୍ଶନ କରନ୍ତି । ଆଉ କ୍ରିକେଟରେ ମଧ୍ୟ ବିଚକ୍ଷଣ ବୁଦ୍ଧି ଖଟାଇ କ୍ୟାପଟେନ କୁଲ ହେବା ସହ ପଡିଆରେ ଛକା ଚୌକା ମାରି ଦର୍ଶକଙ୍କ ମନ ଜିଣିଛନ୍ତି । ତେବେ ହେଲିକପ୍ଟର ସର୍ଟ ମାରି ପଡିଆରେ ଧୂଳି ଉଡାଉଥିବା ଧୋନୀ ଗାଁ ଗଳିର ପିଲାଙ୍କୁ କ୍ରିକେଟ ପ୍ରତି ଆକର୍ଷିତ କରିଥିଲେ । ସଚିନଙ୍କୁ ହୁଏତ କ୍ରିକେଟର ଭଗବାନ କୁହାଯାଉଥାଇପାରେ ମାତ୍ର ଧୋନୀ ଥିଲେ ଅନେକ ଯୁବ ଖେଳାଳୀଙ୍କ ଜୋସ୍, କ୍ରିକେଟକୁ ନେଇ ସ୍ୱପ୍ନ ଦେଖୁଥିବା ପିଲାଙ୍କ ହୃଦୟର ଧକଧକ । କାରଣ ସବୁଠି ଥିଲା ଧୋନୀଙ୍କ ହେଲିକପ୍ଟର ସର୍ଟର କ୍ରେଜ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe