ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) କେତେ ବ୍ୟସ୍ତତାପୂର୍ଣ୍ଣ ତାହା ଆପଣ ଏହି କଥାରୁ କଳନା କରୁଥିବେ ଯେ ଭାରତୀୟ କ୍ରିକେଟ୍ ଟିମରେ ସବୁଠାରୁ ଫିଟ୍ ରହିଥିବା ଖେଳାଳୀ ମହେନ୍ଦ୍ରା ସିଂହ ଧୋନୀ ବୀ ଏଥିରେ ପ୍ରଭାବିତ ହୋଇଛନ୍ତିି । ମଇଦାନରେ ସବୁଠାରୁ ଫିଟ୍ ଖେଳାଳୀ ମନାଯାଉଥିବା ପୂର୍ବ କ୍ୟାପଟେନ୍ ଧୋନୀଙ୍କ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍ କୋଲକାତା ନାଇଟ୍ ରାଇଡର୍ସ ୭ ୱିକେଟରେ ଜିତିବା ପରେ ତାଲିକାରେ ଶୀର୍ଷରେ ପହଂଚି ଯାଇଛନ୍ତି । ମ୍ୟାଚ୍ ଶେଷ ହେବା ପରେ ପରବର୍ତ୍ତୀ ମ୍ୟାଚ୍ ପାଇଁ ଟିମ୍ ଏୟାରପୋର୍ଟ ପହଂଚିଥିଲା । ଏହି ମ୍ୟାଚ୍ ରେ ରାଜସ୍ଥାନ ରୟାଲ୍ସ ସହ ଜୟପୁରରେ ମ୍ୟାଚ୍ ଖେଳିବାକୁ ଥିଲା । କିନ୍ତୁ ସକାଳୁ ଫ୍ଲାଇଟ୍ ଥିବାରୁ ଖେଳାଳୀମାନେ ଖୁବଶୀଘ୍ର ଏୟାରପୋର୍ଟରେ ପହଂଚି ଯାଇଥିଲେ । ତେବେ ଫ୍ଲାଇଟରେ ଧୋନୀ ଏବଂ ସ୍ତ୍ରୀ ସାକ୍ଷୀ ଏୟାରପୋର୍ଟରେ ହିଁ ଶୋଇପଡିଥିବାର ଏକ ଫଟୋ ସେ ଇଷ୍ଟାଗ୍ରାମ୍ ରେ ସେୟାର କରିଥିଲେ ।
View this post on InstagramAfter getting used to IPL timing this is what happens if u have a morning flight
ତେବେ ଆଇପିଏଲ୍ ଖେଳ ଶେଷ ପରେ ସକାଳୁ ସକାଳୁ ଫ୍ଲାଇଟ୍ ଥିଲେ ଅବସ୍ଥା କିଭଳି ହୁଏ ଏହା କହି କ୍ୟାପଟେଲ୍ କୁଲ୍ ଏହି ଫଟୋଟି ସେୟାର୍ କରିଥିଲେ । ଯାହାକୁ ଏବେ କ୍ରିକେଟ୍ ପ୍ରେମୀ ଖୁବ୍ ସେୟାର୍ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/MS-Dhoni-and-Sakshi.jpg)