ଗୋଆର ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ପରଲୋକ । ଶ୍ରଦ୍ଧାଞ୍ଜଳି ଜଣାଇଲେ ଗୃହମନ୍ତ୍ରୀ ଅମିତ୍ ଶାହା

78

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ଗୋଆର ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ଦେହାନ୍ତ । ତାଙ୍କ ଦେହାନ୍ତ ପରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଅମିତ୍ ଶାହା ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ପୂର୍ବ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତ୍ରୀ ମୃଦୁଳା ସିହ୍ନାଙ୍କ ଦେହାନ୍ତ ଏକ ବଡ ଦୁଖ ଖବର । ସେ ଆଜୀବନ ରାଷ୍ଟ୍ର, ସମାଜ ଓ ସଂଗଠନ ପାଇଁ କାମ କରିଛନ୍ତି । ଏହା ସହ ସେ ଜଣେ ଖ୍ୟାତନାମା ଲେଖିକା ଭାବେ ସାରା ଦେଶରେ ପରିଚିତ । ତାଙ୍କ ପରିବାରକୁ ମୋ ତରଫରୁ ସମବେଦନା ଜ୍ଞାପନ କରୁଛି ।
ଏହାସହ ବିହାର ବେଗୁସରାଇ ସାଂସଦ ଗିରୀରାଜ ସିଂ ବି ମୃଦୁଳାଙ୍କ ଦେହାନ୍ତ ପରେ ଟ୍ୱିଟ୍ ଯୋଗେ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି କି ମୃଦୁଳାଙ୍କ ଦେହାନ୍ତ ବିଜେପି ପରିବାର ପାଇଁ ଏକ ଅପୁରଣୀୟ କ୍ଷତି ।
ମୃଦୂଳା ଗୋଆର ପ୍ରଥମ ମହିଳା ରାଜ୍ୟପାଳ ଥିଲେ । ସେ ୨୭ ନଭେମ୍ବର ୧୯୪୨ ମସିହାରେ ବିହାର ମୁଜାଫରନଗରର ଛପରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ରାଜନୀତି ବ୍ୟତିତ ସେ ଜଣେ ସୁଲେଖକ ଭାବେ ପରିଚିତ ଥିଲେ । ସେ ତାଙ୍କ ଜୀବନକାଳରେ ୪୬ ରୁ ଅଧିକ ପୁସ୍ତକ ରଚନା କରିଥିଲେ । ଏହା ବ୍ୟତିତ ସେ ରାଜମାତା ବିଜୟରାଜେ ସିନ୍ଧିଆଙ୍କ ଜୀବନୀ ଲେଖି ବେସ୍ ଚର୍ଚ୍ଚାକୁ ଆସିଥିଲେ ।
ସେ ବିଜେପି ସହିତ ନିଜର ରାଜନୈତୀକ ଜୀବନ ଆରମ୍ଭ କରିଥିଲେ । ମୃଦୂଳା ସିହ୍ନା ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହାସହ ସେ ମାନବ ସଂସାଧନ ବିକାଶ ମନ୍ତ୍ରଣାଳୟର କେନ୍ଦ୍ର ସାମାଜିକ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଭାବେ ବି କାର୍ଯ୍ୟ କରିଛନ୍ତି । ସବୁଠାରୁ ବଡ କଥା ସେ ଜୟପ୍ରକାଶ ନାରାୟଣଙ୍କ ‘ସମଗ୍ର କ୍ରାନ୍ତି’ ଆନ୍ଦୋଳନରେ ବି ଜଣେ ସଦସ୍ୟ ଥିଲେ । ମୃଦୂଳାଙ୍କ ସ୍ୱାମୀ ଡାକ୍ତର ରାମ କୃପାଳ ସିହ୍ନା ଜଣେ କଲେଜ ଅଧ୍ୟାପକ ଥିଲେ । ଏହା ପରେ ସେ ବିହାର ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ବି ହୋଇଥିଲେ ।