କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଡ଼ ସମ୍ଭାଳୁଛନ୍ତି ପତ୍ନୀ ମୃଦୁଳା ଠାକୁର । ଅନୁଗୁଳ ଓ ଢେଙ୍କାନାଳର ବିଭିନ୍ନ ବ୍ଲକ ଓ ପଞ୍ଚାୟତ ବୁଲୁଛନ୍ତି ମୃଦୁଳା । ପଞ୍ଚାୟତରୁ ପଞ୍ଚାୟତ ବୁଲି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ମହିଳା ସମାବେଶରେ ସାମିଲ ହେଉଛନ୍ତି । ନିକଟରେ ମହିଳା କାର୍ଯ୍ୟକ୍ରମ, ରାମନବମୀ ମହୋତ୍ସବ ଓ କ୍ରୀଡା କାଯ୍ୟକ୍ରମ ଗୁଡିକରେ ମୃଦୁଳା ଯୋଗ ଦେଇଛନ୍ତି । ଲୋକଙ୍କର ନିକଟତର ହେବାକୁ ପ୍ରୟାସ ଚଳାଇଛନ୍ତି ଧର୍ମେନ୍ଦ୍ରଙ୍କ ପତ୍ନୀ । ଏପରିକି ଘରକୁ ଘର ବୁଲି ମହିଳାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ।
ଲୋକଙ୍କ ସହ ସେଲଫି ଉଠାଉଛନ୍ତି । କେଉଁଠି ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରୁଛନ୍ତି ତ ପୁଣି କେଉଁଠି ମହିଳା ସମାବେଶରେ ଯୋଗ ଦେଉଛନ୍ତି । ଏପରିକି ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଲୁଛନ୍ତି ମୃଦୁଳା । ବିକାଶ ଫାଉଣ୍ଡସେନ ଟ୍ରଷ୍ଟର ଅଧ୍ୟକ୍ଷା ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା । ଚର୍ଚ୍ଚା ହେଉଛି ୨୦୨୪ରେ ଢେଙ୍କାନାଳରୁ ନିର୍ବାଚନ ଲଢିପାରନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏବଂ ଏଥିପାଇଁ ମୃଦୁଳା ଢେଙ୍କାନାଳରେ ସ୍ୱାମୀଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି ।