ପୁଣି ମହିଳା ସଂରକ୍ଷଣ ବିଲ ଦାବି କଲେ ସାଂସଦ ସସ୍ମିତ ପାତ୍ର। କହିଲେ, ଦୀର୍ଘ ଦିନ ଧରି ଝୁଲି ରହିଛି ଧରି ମହିଳା ସଂରକ୍ଷଣ ବିଲ୍

100

କନକ ବ୍ୟୁରୋ: ପୁଣି ମହିଳା ସଂରକ୍ଷଣ ବିଲ୍ ଦାବି କଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ରାଜ୍ୟସଭା ଗୃହ ଭିତରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ଦାବି କରିଛନ୍ତି ସସ୍ମିତ । କହିଛନ୍ତି, ସଂସଦ ଓ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ପାସ ହେବା ଦ୍ୱାରା ଭାରତ ଇତିହାସ ରଚିବା ସହିତ ମହିଳା ସଶକ୍ତିକରଣ ଆଡ଼କୁ ଅଗ୍ରସର ହେବ । କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରେ ନିଜ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି ।

୨୦୧୯ରୁ ଲୋକସଭା ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ରଖିଥିଲା ବିଜେଡି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ବର୍ଷ ଧରି ଏହି ବିଲ୍ ପାରିତ ପାଇଁ ଦାବି କରିଆସୁଛନ୍ତି । ତେଣୁ ଏହି ବିଲକୁ ସଂସଦରେ ତୁରନ୍ତ ପାରିତ କରାଯାଉ ବୋଲି ଆମେ ଦାବି କରୁଛୁ । ସେପଟେ ସସ୍ମିତଙ୍କ ଦାବିକୁ ଗୃହରେ ଖୁବ୍ ପ୍ରଶଂସା କରିଛନ୍ତି ରାଜ୍ୟସଭା ସଭାପତି ଜଗଦୀପ ଧାନଖଡ଼ ।