ବିଜେଡିରେ ଆଗକୁ ବିସ୍ଫୋରଣ ହୋଇପାରେ । ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଅଛନ୍ତି ସାଂସଦ ଓ ବିଧାୟକ : ଜୁଏଲ ଓରାମ୍

Advertisment
ବିଜେଡିରେ ଆଗକୁ ବିସ୍ଫୋରଣ ହୋଇପାରେ । ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଅଛନ୍ତି ସାଂସଦ ଓ ବିଧାୟକ : ଜୁଏଲ ଓରାମ୍

କନକ ବ୍ୟୁରୋ : ବିଜେଡିରେ ଆଗକୁ ବିସ୍ଫୋରଣ ହୋଇପାରେ । ବିଜୁ ଜନତା ଦଳରେ ବିଧାୟକ ଏବଂ ସାଂସଦ ଅସନ୍ତୋଷ ଥିବା ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ନେତା ଜୁଏଲ ଓରାମ୍ । ଯାହାକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୁଏଲ ଓରାମ୍ କହିଛନ୍ତି, ବିଜେଡିର ସାଂସଦ ଏବଂ ବିଧାୟକମାନେ ତାଙ୍କ ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଅଛନ୍ତି, ମୋତେ ଜଣା ଅଛି । ବ୍ୟକ୍ତିଗତ ସ୍ତରରେ କଥାବାର୍ତା ଅଛି । ଆଗକୁ ବିସ୍ଫୋରଣ ହୋଇପାରେ । ସରକାର କାମରେ ବହୁ ସାଂସଦ ଏବଂ ବିଧାୟକ ଆସନ୍ତୁଷ୍ଟ ଅଛନ୍ତି, ବହୁ ଲୋକଙ୍କୁ ଜଣା । ଆଗକୁ ରାଜନୈତିକ ନିଷ୍ପତି କଣ ନେବେ କହି ହେବନି
ଜୁଏଲ ଓରାମ୍ ଆହୁରି ମଧ୍ୟ କହିଛନ୍ତି କି, ଆମେ ଆମ ଦଳୀୟ କାର୍ଯ୍ୟକ୍ରମ କରୁଛୁ, ଶାସକ ଦଳରେ ମିଳିତ କାର୍ଯ୍ୟ କରିଥିଲୁ, ତେଣୁ ବହୁତ ଲୋକଙ୍କ ସହିତ ବ୍ୟକ୍ତିଗତ ପରିଚୟ ଅଛି, ସେମାନେ ସରକାରଙ୍କ କାମରେ ଅସନ୍ତୁଷ୍ଟ ଅଛନ୍ତି । କେବେ ବିସ୍ଫୋରଣ ହେବ କହି ହେବନି । ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟ ଉପରେ ବିଫଳତା ନେଇ ଆମେ ଜନ ଜାଗରଣ କରାଉଛୁ । ଜନତା ଆମକୁ କେବେ ବିଶ୍ୱାସ କରିବେ ଓ କେବେ ଆମକୁ ଜନାଦେଶ ଦେବେ ଆମେ ଅପେକ୍ଷାରେ ଅଛୁ ଏବଂ ଆଶା କରୁଛୁ ଜନସାଧାରଣ ଖୁବ୍ ଶୀଘ୍ର ଆମକୁ ଗ୍ରହଣ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe