ପବଜି ଗେମ୍ ଖେଳିବା ନିଶାରେ ପାଣି ବଦଳରେ ଏସିଡ ପିଇଦେଲେ ଯୁବକ, ତା’ପରେ...

Advertisment
ପବଜି ଗେମ୍ ଖେଳିବା ନିଶାରେ ପାଣି ବଦଳରେ ଏସିଡ ପିଇଦେଲେ ଯୁବକ, ତା’ପରେ...

source : Storypick

ପବଜି ଗେମର କୁପରିଣତି ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭୋପାଳରେ। ଏଠାରେ ଜଣେ ଯୁବକ ପବଜି ଗେମ୍ ଖେଳିବାରେ ଏଭଳି ମଗ୍ନ ଥିଲା ଯେ ସେ ପାଣି ବଦଳରେ ଏସିଡ଼ ପିଇଦେଲେ। ଏକଥା ଜାଣିବାପରେ ଘର ଲୋକେ ଯୁବକକୁ ହସ୍ପିଟାଲ ନେଇଥିଲେ, ଯେଉଁଠାରେ ଅବଶ୍ୟ ତା’ର ପ୍ରାଣରକ୍ଷା ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଯୁବକ ମୂଳତଃ ଛିନ୍ଦୱାଡାର, ମାତ୍ର ସେ ଭୋପାଳରେ ରହେ। ୨୫ ବର୍ଷୀୟ ଏହି ଯୁବକ ପବଜି ଗେମ୍ ନିଜ ଘର ଅଗଣାରେ ବସି ଖେଳୁଥିଲା।

ଖେଳରେ ମଜ୍ଜି ଯାଇ ଯେତେବେଳେ ଶୋଷ ଲାଗିଥିଲା, ସେତେବେଳେ ସେ ପାଖରେ ଥିବା ଏକ ଏସିଡ଼ ବୋତଲରେ ଥିବା ତରଳ ପଦାର୍ଥକୁ ପାଣି ଭାବି ପିଇ ଦେଇଥିଲା। ପୀଡିତ ଯୁବକ ଏବେ ନାଗପୁର ହସ୍ପିଟାଲରେ ଚିକିତ୍ସିତ ହେଉଛି। ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ ଯୁବକଟି ଏସିଡ଼ ପିଇ ଦେଇଥିବା ହେତୁ ତା’ର ପେଟରେ ଅଲସର ହୋଇଯାଇଛି। ତାମିଲନାଡୁ ପରେ ମଧ୍ୟପ୍ରଦେଶରେ ପବଜି ଗେମକୁ ନିଷିଦ୍ଧ କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe