କନକ ବ୍ୟୁରୋ: ମଧ୍ୟପ୍ରଦେଶ ସାଗର ଶାହାପୁରରେ ମନ୍ଦିର ପାଚେରୀ ଭୁଶୁଡ଼ି ୯ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତ ଶିଶୁଙ୍କ ବୟସ ୧୦ରୁ ୧୪ ବର୍ଷ ମଧ୍ୟରେ । ଶାହାପୁରର ମନ୍ଦିର ନିକଟରେ କିଛି ଲୋକ ଶିବଲିଙ୍ଗ ତିଆରି ଚାଲିଛି । ଏହି ଅବସରରେ ମନ୍ଦିରରେ ଭାଗବତ କଥା ଆୟୋଜନ ପାଇଁ ଗହଳି ଥିଲା । ମନ୍ଦିର ପରିସରରେ ଛିଡ଼ା ହୋଇଥିବାବେଳେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ସକାଳ ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଛି।ଫଳରେ ଘଟଣାସ୍ଥଳରେ ୯ ଶିଶୁଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ଜେସିବିରେ ମାଟି ଖୋଳାଯାଇ ପୋତି ହୋଇଯାଇଥିବା ପିଲାଙ୍କୁ ଉଦ୍ଧାର କରାଯାଇଥିଲେ ବି ସେମାନଙ୍କ ମଧ୍ୟରୁ ୯ଜଣଙ୍କର ମୃତ୍ୟୁ ହୋଇସାରିଥିଲା ଏବଂ ଏକାଧିକ ଆହତ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/22-2.jpg)