ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା : ଟ୍ୱିଟ୍ କରି ଦେଲେ ସୂଚନା, ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ

184

କନକ ବ୍ୟୁରୋ : ରାଜ୍ୟସଭା ଉପାଧ୍ୟକ୍ଷ ତଥା ସାଂସଦ ସସ୍ମିତ ପାତ୍ର କରୋନା ପଜିଟିଭ୍ । ସେ  କରୋନା ପଜିଟଭ୍ ଚିହ୍ନଟ ହୋଇଥିବା କଥା ଟ୍ୱିଟ୍ କରି ଜଣାଇଛନ୍ତି । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ତାଙ୍କର କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏନେଇ ସେ ଡାକ୍ତରଙ୍କ ପରାମର୍ଶ ଓ କୋଭିଡ୍ କଟକଣା ମାନି  ହୋମ ଆଇସୋଲେସନରେ ଅଛନ୍ତି ।

ଅନ୍ୟପଟେ ତାଙ୍କ ସହ ମିଶିଥିବା ଲୋକମାନେ କୋଭିଡ୍ ଟେଷ୍ଟ କରିନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ଏହା ପୂର୍ବରୁ ଚାଲିଥିବା ରାଜ୍ୟସଭା ଅଧିବେଶନରେ ସର୍ବକନିଷ୍ଠ ସାଂସଦ ଭାବେ ଗୃହରେ ଉପାଧ୍ୟକ୍ଷ ପଦ ତୁଲାଇଥିଲେ । ଯାହାକି ରାଜ୍ୟ ପାଇଁ ଏକ ଗର୍ବ ଓ ଗୌରବ ବୋଲି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିଲା ।