କନକ ବ୍ୟୁରୋ: କୋରାପୁଟ ବୋରିଗୁମାରେ ଆୟୋଜିତ ପରବ ମଞ୍ଚରେ କୋଳାକୋଳି ହେଲେ ମାମୁଁ, ଭଣଜା । ବିଧାୟକ ତାରାପ୍ରସାଦ ବାହୀନିପତି ଏବଂ ସାଂସଦ ସପ୍ତଗିରି ଉଲାକା ପରସ୍ପର ହାତ ମିଳାଇବା ସହିତ ମନଭରି ନାଚିଛନ୍ତି । କେବଳ ଏତିକି ନୁହେଁ ସପ୍ତଗିରି ଉଲାକା ତାରା ବାହିନୀପତିଙ୍କ ଗୋଡ ଛୁଇଁ ମୁଣ୍ଡିଆ ମାରିଥିଲେ ।

Advertisment

ସପ୍ତଗିରି କହିଛନ୍ତି, ତାରାଙ୍କ ସହିତ ତାଙ୍କର କୌଣସି ବିବାଦ ନାହିଁ । ଉଭୟ ନେତା ପରସ୍ପରକୁ ସମାଲୋଚନା କରି ଚର୍ଚ୍ଚାରେ ରହିଥାନ୍ତି । ହେଲେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜିଲ୍ଲାର ଦୁଇ କଂଗ୍ରେସ ନେତା ଏକାଠି ହେବା ଦଳୀୟ କର୍ମୀଙ୍କୁ ଆଶ୍ୱସ୍ତି ଆଣି ଦେଇଛି ।