ପୁଲିସ ଇନ୍ସପେକ୍ଟର ବନିଲେ ସାଂସଦ, ଡିଏସପିକୁ ଦେଖିବା କ୍ଷଣି କଲେ ସାଲ୍ୟୁଟ୍ । ଲୋକେ ହେଲେ ଆଶ୍ଚର୍ଯ୍ୟ

1,420

ଗଣତନ୍ତ୍ରର ସବୁଠାରୁ ଭଲ କଥା ଏହା ଯେ, ଜନତା ଯାହାକୁ ଚାହିଁବେ ତାକୁ ଶାସନ ଗାଦିରେ ବସାଇପାରିବେ । ଏଠି ସବୁ କ୍ଷମତା ଜନତାଙ୍କ ପାଖରେ ଥାଏ । ଆନ୍ଧ୍ର ପ୍ରଦେଶରେ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠି ଜଣେ ସାଂସଦ ଜନତାଙ୍କ ସମର୍ଥନରେ ସାଂସଦ ହୋଇଛନ୍ତି । ସାଂସଦ ହେବା ପରେ ତାଙ୍କ ସାକ୍ଷାତ ସେହି ଜିଲ୍ଲାର ଡିଏସପିଙ୍କ ସହ ହୋଇଥିଲା । ସେ ସମୟ ନଷ୍ଟ ନକରି ସାଙ୍ଗେ ସାଙ୍ଗେ ତାଙ୍କୁ ସାଲ୍ୟୁଟ୍ କରିଥିଲେ । ସାଂସଦ ହେବା ପୂର୍ବରୁ ପୁଲିସ ଇନ୍ସପେକ୍ଟରଙ୍କ ମୁଖ୍ୟ ଏହି ଡିଏସପି ଥିଲେ ।

ଲୋକସଭା ନିର୍ବାଚନ ୨୦୧୯ରେ ଆନ୍ଧ୍ର ପ୍ରଦେଶର ହିନ୍ଦୁପୁର ଲୋକସଭା ସିଟରୁ ୱାଇଏସଆର କଂଗ୍ରେସ ଏହି ଅଂଚଳର ପୁଲିସ ଇନ୍ସପେକ୍ଟର ଗୋରନ୍ତା ମାଧବଙ୍କୁ ଟିକେଟ୍ ଦେଇଥିଲା । ଗୋରନ୍ତା ନିର୍ବାଚନ ଜିତିଗଲେ । ଏବେ ସେ ଇନ୍ସପେକ୍ଟର ନୁହେଁ, ସେହି ଅଂଚଳର ସାଂସଦ । ସାଂସଦ ହେବା ପରେ ଗୋରନ୍ତା କୌଣସି କାମରେ ସରକାରୀ କାର୍ଯ୍ୟାଳୟ ପହଂଚିଥିଲେ । ସେଠି ତାଙ୍କ ସାକ୍ଷାତ ଜିଲ୍ଲାରେ ନିଯୁକ୍ତ ଥିବା ଡିଏସପି ମହବୁବ ବାସାଙ୍କ ସହ ହେଲା । ଡିଏସପିଙ୍କୁ ଦେଖିବା କ୍ଷଣି ଗୋରନ୍ତା ଆଲର୍ଟ ହୋଇଗଲେ ଓ ଡିଏସପି ମହବୁବା ବାସାଙ୍କୁ ସାଲ୍ୟୁଟ୍ କଲେ । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏବେ ମହବୁବା ବାସା ସିଆଇଡି ବିଭାଗରେ ଡିଏସପି ଅଛନ୍ତି । ଗୋରନ୍ତା ମାଧବ ଅନନ୍ତପୁର ଜିଲ୍ଲାରେ ପୂର୍ବତନ ସର୍କଲ ଇନ୍ସପେକ୍ଟର ଥିଲେ । ଉଭୟେ ଉଭୟଙ୍କୁ ସାଲ୍ୟୁଟ୍ କରିଥିଲେ । ଗୋରନ୍ତା ମାଧବ କହନ୍ତି କି, “ସାଂସଦ ହେବା ଭିନ୍ନ କଥା । କିନ୍ତୁ ଡିଏସପି ସାର୍ ମୋର ପୁରୁଣା ବସ୍, ଆମେ ଉଭୟେ ଉଭୟଙ୍କୁ ସମ୍ମାନ କରୁ ଓ କରୁଥିବୁ ।”