କନକ ବ୍ୟୁରୋ : ପ୍ରଚାର କରିବାକୁ ଯାଇ ହଟହଟା ହେଲେ ସାଂସଦ ରମେଶ ମାଝୀ । ନିର୍ବାଚନୀ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ କରି ଅଧା ରାସ୍ତାରୁ ଘଉଡାଇ ଦେଲେ କଂଗ୍ରେସ ପ୍ରାର୍ଥୀନୀ ପୁଷ୍ପାଞ୍ଜଳି ହଂସ । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକରେ ଏଭଳି ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି । ଅନାକାବେଡା ପଂଚାୟତର ଚକମାଲ୍ ଗାଁରେ ବିଳମ୍ବିତ ରାତ୍ରିରେ ସାଂସଦ ରମେଶ ମାଝୀ ଶତାଧିକ ବିଜେଡି କର୍ମୀଙ୍କୁ ନେଇ ରାତି ଅଧିଆ ପ୍ରଚାର କରିବାକୁ ବାହାରିଥିଲେ ।

Advertisment

ଯାହାକୁୁ କଂଗ୍ରେସ ପ୍ରାର୍ଥୀନୀ ପୁଷ୍ପାଞ୍ଜଳି ହଂସ ଘୋର ବିରୋଧ କରିବା ସହ ଚକାମାଲ୍ ଗାଁରୁ ତଡି ଦେଇଛନ୍ତି । ସରକାର୍ଙ୍କ ନିୟମ ଅନୁସାରେ ରାତି ୮ ଟା ପରେ ପ୍ରଚାର କାର୍ଯ୍ୟ ବନ୍ଦ ଥିବା ବେଳେ ନିୟମ ଉଲଘଂନ କରି ସାଂସଦ ରମେଶ ମାଝୀ ତାଙ୍କ ଦଳ ସହ ପ୍ରଚାର କରିବାରୁ ତାଙ୍କୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । କଂଗ୍ରେସର ଜୋନ୍ ୧ ପ୍ରାର୍ଥୀନୀ ପୁଷ୍ପାଞ୍ଜଳି ହଂସ ରମେଶ ମାଝୀଙ୍କ ପ୍ରଚାର ଗାଡ଼ିକୁ ଅଟକାଇବା ସହ ତାଙ୍କ ସମର୍ଥକଙ୍କୁ ଘଉଡାଇ ଦେଇଥିଲେ ।