ଅଳ୍ପକେ ବଞ୍ଚିଲା ସାଂସଦ ରମେଶ ମାଝୀଙ୍କ ଜୀବନ । ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ରାସ୍ତା ଉପରୁ ଖସିଗଲା ସାଂସଦଙ୍କ କାର୍ ।

1,284

କନକ ବ୍ୟୁରୋ: ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଗାଡି ଦୁର୍ଘଟଣାଗସ୍ତ । ଡ୍ରାଇଭରର ଅସାବଧାନତା ଯୋଗୁଁ ଗାଡିର ଚକା ଫାଟିଯିବାରୁ ବିଲ ଭିତରକୁ ମାଡିଗଲା କାର୍ । ଅଳ୍ପକେ ବର୍ତ୍ତିଲେ ସାଂସଦ ରମେଶ ମାଝୀ ।

ଏଥିରେ ସାଂସଦ ସାମାନ୍ୟ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ସାଂସଦ ଦିଲ୍ଲୀରୁ ସଂସଦ ଅଧିବେଶନ ସାରି ଫେରୁଥିବା ବେଳେ ଉମରକୋଟ ନିକଟ ଦୁର୍ଗାଗୁଡ଼ାରେ ତାଙ୍କ ଗାଡି ଦୁର୍ଘଟଣା ହୋଇଥିଲା । ଗାଡିର ଚକା ଫାଟିଯିବା ଯୋଗୁ ଏକ ଖାତ ଭିତରକୁ ପଶିଯାଇଥିଲା । ଗାଡିରେ ସାଂସଦଙ୍କ ସମେତ ଡ୍ରାଇଭର ଓ ପିଏସ୍ଓ ରହିଥିଲେ । ସମସ୍ତେ ସାମାନ୍ୟ ଆହତ ହୋଇଥିବା ବେଳେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।