ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ଆଖିରେ ଲୁହ । ନାମଫଳକର ତଳେ ନାଁ ରହିଗଲା ବୋଲି କାନ୍ଦ କାନ୍ଦ ହୋଇଗଲେ ସାଂସଦ

270

କନକ ବ୍ୟୁରୋ: ନିଆଳି କଂଟାପଡା ଲୋକାର୍ପଣ କାର୍ଯ୍ୟକ୍ରମରେ ନାମ ଫଳକରେ ତଳେ ନାଁ ରହିଗଲା ବୋଲି ହୋଇଗଲେ କାନ୍ଦ କାନ୍ଦ ହୋଇଗଲେ ରାଜଶ୍ରୀ ମଲ୍ଲିକ । ନିଆଳି କଂଟାପଡା ବ୍ଲକର ବ୍ରାହ୍ମଣବାଟି ପଂଚାୟତରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପଣ କରାଯାଇଛି ।  କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ,ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ ଯୋଗ ଦେଇଥିଲେ । ହେଲେ ଲୋକାର୍ପଣ ଉତ୍ସବରେ ନାମ ଫଳକରେ ନାଁ ତଳେ ରହିଯାଇଥିବାରୁ  ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ଆଖିରେ ଲୁହ ଥିବା ଦେଖିବାକୁ ମିଳିଛି । ପାଖରେ ବସିଥିବା ବିଧାୟକ ପ୍ରମୋଦ ମଲ୍ଲିକ ମଧ୍ୟ ତାଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି ।