ନନା ଖେଳିଲେ ଫୁଟବଲ । ପଡ଼ିଆରେ ଫୁଟବଲ ସଟ୍ ମାରିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ ।

60

କନକ ବ୍ୟୁରୋ: ନନାଙ୍କ ଫୁଟବଲ ଖେଳ । ରାଜନୀତି ମୈଦାନ ପରି ପଡ଼ିଆରେ ବି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଯାଦୁ । ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିବାକୁ ଯାଇଥିବା ବେଳେ ନନା ଖେଳିଲେ ଫୁଟବଲ । ଫେବ୍ରୁଆରୀ ୨୦ରୁ ୨୯ ତାରିଖ ଯାଏଁ ବାଲେଶ୍ୱର ଲୋକସଭା କ୍ଷେତ୍ରର ସମସ୍ତ ବ୍ଲକରେ ସାଂସଦ କ୍ରୀଡ଼ା ମହାକୁମ୍ଭ ଅନୁଷ୍ଠିତ ହେଉଛି । ଏହି କ୍ରମରେ ନୀଳଗିରି ବ୍ଲକ ଧୋବଶିଳା କ୍ରିକେଟ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିବା ବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀ ପହଞ୍ଚି ଉଦଘାଟନ କରିଥିଲେ । ଏହି ସମୟରେ ନନା ଫୁଟବଲ୍ ସଟ୍ ମାରି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ ।